News

ଓଲାନ୍ଦେ-ରାହୁଲ ଗୋପନ ବୁଝାବଣା:ଜେଟଲି

arun

ରାଫେଲ୍‌ ଡିଲ୍‌ ସଂପର୍କରେ ବିରୋଧୀ କଂଗ୍ରେସ ଆଣିଥିବା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିିହୀନ ବୋଲି କହିବା ସହ ରାଫେଲ୍‌ ଡିଲ୍‌ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ରାଫେଲ୍‌ ଡିଲ୍‌କୁ ନେଇ ଅପଶବ୍ଦ ବ୍ୟବହାର କରିଥିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର କଡ଼ା ସମାଲୋଚନା କରିଛନ୍ତି ଜେଟଲୀ।

ରାଫେଲ୍‍ ଚୁକ୍ତି ପ୍ରସଙ୍ଗରେ ଦେଶର ରାଜନୀତି କ୍ରମଶଃ  ଗରମ  ହେବାରେ ଲାଗିଛି। ପ୍ରତିଦିନ ଆରୋପ ପ୍ରତ୍ୟାରୋପର ନୂଆ ଅଧ୍ୟାୟ ଦେଖିବାକୁ ମିଳୁଛି। ୨୦୧୯ ନିର୍ବାଚନ ପାଖେଇ ଆସିଥିବାରୁ କଂଗ୍ରେସ ବିଜେପି ବିରୋଧରେ ଏତେ ବଡ଼ ପ୍ରସଙ୍ଗକୁ ହାତଛଡ଼ା କରିବାକୁ ଚାହୁଁନି। ଆଜି ଏହି ଧାରାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧିଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ

arun

ଅଗଷ୍ଟ ୩୦ ତାରିଖରେ ରାହୁଲ୍‍ଵ ଟ୍ବିଟରରେ କହିଥିଲେ ଯେ ‘ପ୍ୟାରିସରେ କିଛି ବୋମା ବିସ୍ଫୋରଣ ହେବାକୁ ଯାଉଛି। ରାଫେଲ୍‍ ଏୟାରକ୍ରାଫ୍ଟ ଖୁବ୍‍ ଜୋରରେ ଖୁବ୍‍ ଦୂର ବାଟ ଉଡ଼ିବାକୁ ଯାଉଛି। ଆଗାମୀ କିଛି ସପ୍ତାହ ମଧ୍ୟରେ ଏହି ବିମାନରୁ ଶକ୍ତିଶାଳୀ ବୋମା ବର୍ଷଣ ହେବାକୁ ଯାଉଛି। ମୋଦୀ ଜୀ! ଅନିଲ୍‍ଙ୍କୁ କୁହନ୍ତୁ ଫ୍ରାନ୍ସରେ ଏକ ବଡ଼ ସମସ୍ୟା ସୃଷ୍ଟି ହେବାକୁ ଯାଉଛି।’

ଜେଟ୍‍ଲୀ ଆହୁରି କହିଛନ୍ତି ଯେ କଂଗ୍ରେସ କିଛି ବି ଚିନ୍ତା କରିପାରେ କିଛି ବି କହିପାରେ। କିନ୍ତୁ ବିଶ୍ୱର ସବୁ ଦେଶରେ ଏକ ନିର୍ଦ୍ଦିଷ୍ଟ ଆଚରଣ ବିଧି ରହିଛି। ଶହ ଶହ ବର୍ଷ ଧରି ତାହା ପାଳିତ ହୋଇ ଆସୁଛି। ମଣିଷ ଭୁଲ୍‍ ତଥ୍ୟ ଉପସ୍ଥାପନ କରିପାରେ;କିନ୍ତୁ ପରିସ୍ଥିତି ଓ ଘଟଣା କେବେ ମିଛ ହୋଇପାରେନା।

ପଢନ୍ତୁ;ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କଳ୍ପନା ଲାଜମୀଙ୍କ ଦେହାନ୍ତ

Related posts

ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାରୁ ୧୧ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ

Ratnamani Moharana

ସର୍ବନିମ୍ନ ଜମାରାଶି ନ ଥିବାରୁ ପ୍ରାୟ ୪୧.୧୬ ଲକ୍ଷ ସଞ୍ଚୟ ଖାତା ବନ୍ଦ କଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌

ENO Beuro

ମୋଦିଙ୍କ ବିରୋଧରେ ଲଢିବେ ବରଖାସ୍ତ ବିଏସ୍ଏଫ ଜବାନ ତେଜବାହାଦୂର

Ratnamani Moharana

Leave a Comment