News

ରାଫେଲ ରାଜିନାମା: ଆଜି ସଂସଦରେ ଉପସ୍ଥାପନ ହେଲା ସିଏଜି ରିପୋର୍ଟ

rafale

ଫ୍ରାନ୍କରୁ ରାଫେଲ ଯୁଦ୍ଧ ବିମାନ କିଣାକୁ ନେଇ ସରକାର ଓ ବିରୋଧୀ ପରସ୍ପର ବିରୋଧରେ ଆରୋପ-ପ୍ରତ୍ୟାରୋପ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ଆଜି ସରକାର ଏହି ଯୁଦ୍ଧବିମାନ କିଣା ସଂକ୍ରାନ୍ତ ସିଏଜି ରିପୋର୍ଟ ସଂସଦରେ ଉପସ୍ଥାପନ କରିଛନ୍ତି। ସଂସଦରେ ଉପସ୍ଥାପନ ହେବା ପରେ ଏହାକୁ ପବ୍ଲିକ ଆକାଉଣ୍ଟ କମିଟି ନିକଟକୁ ପଠାଯାଇଛି । ଏହି ରିପୋର୍ଟ ଉପରେ ସମସ୍ତଙ୍କ ଆଖି ରହିଛି । କାରଣ ଏହା ଉପରେ ଆଗାମୀ ଦିନର ରାଜନୈତିକ ବାତାବରଣ ନିର୍ଭର କରିବ । ରିପୋର୍ଟରେ ଏହି ବିମାନ କିଣାରେ ସ୍ୱଚ୍ଛତା, ମୂଲ୍ୟ ଆଦି ଉପରେ ଉଲ୍ଲେଖ ରହିବା ଆଶା କରାଯାଉଛି ।

ଫ୍ରାନ୍ସଠାରୁ ୩୬ଟି ଯୁଦ୍ଧ ବିମାନ କିଣିବାକୁ ଡିଲ୍ କରିଛନ୍ତି। ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି କଂଗ୍ରେସ ଓ ଆଉ କିଛି ବିରୋଧୀ ଦଳ ସରକାରଙ୍କ ଉପରେ ହମ୍ ଲା କରିଚାଲିଛନ୍ତି। ଏପରି ଡିଲ୍ ର ଜେପିସି ତଦନ୍ତ ପାଇଁ ମଧ୍ୟ ବିରୋଧୀ ଦଳଗୁଡ଼ିକ ଦାବି କରୁଛନ୍ତି।

ସିଏଜିଙ୍କ ରିପୋର୍ଟ ରାଷ୍ଟ୍ରପତି ଓ ଏହାର ଏକ କପିକୁ ଅର୍ଥ ମନ୍ତ୍ରଣାଳୟ ନିକଟକୁ ପଠାଯାଇଛି। ରାଫେଲ୍ ଡିଲ୍ କୁ ନେଇ ସିଏଜି ୧୨ଟି ଚ୍ୟାପ୍ଟରର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ସୂଚନାଯୋଗ୍ୟ, ଏହି ରିପୋର୍ଟରେ କେବଳ ରାଫେଲ ଡିଲ ନୁହେଁ, ଆଉ କେତେକ ଡିଫେନ୍ସ ଡିଲ ଉପରେ ଅଡିଟ ଯାଞ୍ଚ ରିପୋର୍ଟ ଉଲ୍ଲେଖ ରହିବ ବୋଲି ଜଣାପଡିଛି । ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା ।

ପଢନ୍ତୁ;  ଓଲିଉଡ ଫିଲ୍ମ “ଚାଲ ଟିକେ ପ୍ରେମ କରିବା” ର ଶୁଭ ମହୁରତ

Related posts

ଫେସବୁକରେ ‘ପ୍ରେମିକା’ ପୁରୁଷ ବୋଲି ଜାଣିବାପରେ ହତ୍ୟା କଲା ପ୍ରେମିକ

ENO Beuro

ମାଡ଼ି ଆସୁଛି ବାତ୍ୟା ‘ତିତ୍‌ଲି’,୧୦୦ ରୁ ୧୩୫ କିମି ରହିବ ପବନର ବେଗ

ENO Beuro

ଇସ୍ତଫା ଦେଲେ ଉର୍ଜିତ ପଟେଲ୍

ENO Beuro

Leave a Comment