News

ରାଫେଲର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଚୋରି

rafel

ରାଫେଲ୍‌ ଯୁଦ୍ଧ ବିମାନକୁ ନେଇ ଦେଖାଦେଇଛି ନୂଆ ବିବାଦ

ସୁପ୍ରିମ୍‌କୋର୍ଟରେ ରାଫେଲ ପ୍ରସଙ୍ଗକୁ ନେଇ ବଡ଼ ଖୁଲାସା କରିଛନ୍ତି ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ। ପ୍ରତିରକ୍ଷା ମନ୍ତ୍ରଣାଳୟର ବର୍ତ୍ତମାନର କିମ୍ବା ପୂର୍ବତନ କର୍ମଚାରୀମାନେ ଚୋରାଇ ନେଇଛନ୍ତି । ଏହା ଏକ ଗୁପ୍ତ ତଥ୍ୟ । ତେଣୁ ସର୍ବସାଧାରଣରେ ଏହାକୁ ପ୍ରଘଟ କରିବା ଉଚିତ ନୁହେଁ । ବେଣୁଗୋପାଳ ସୁପ୍ରିମକୋର୍ଟରେ ଏହା କହିଛନ୍ତି । ଏହାକୁ ବ୍ୟବହାର କରିବା ବେଆଇନ ବୋଲି ସେ ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଇଛନ୍ତି।

ଦୈନିକ ଖବରକାଗଜ ‘ଦି ହିନ୍ଦୁ’ରେ ପ୍ରକାଶ ପାଇଥିବା ତଥ୍ୟକୁ ବିରୋଧୀ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟରେ ଉପସ୍ଥାପନା କରିଛନ୍ତି । କିନ୍ତୁ ଖବର କାଗଜରେ ପ୍ରକାଶିତ ତଥ୍ୟକୁ ଗୁରୁତ୍ୱ ଦିଆଯାଇପାରିବ ନାହିଁ ବୋଲି ଆଟର୍ଣ୍ଣି ଜେନେରାଲ ସିଧାସଳଖ କୋର୍ଟଙ୍କ ସମ୍ମୁଖରେ ଯୁକ୍ତି ବାଢିଛନ୍ତି ।

ସୂଚନାଯୋଗ୍ୟ, ୩୬ଟି ରାଫେଲ ଜେଟ୍‌ର ଚୁକ୍ତିକୁ ନେଇ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ବହୁଦିନ ଧରି ବିବାଦ ଚାଲୁ ରହିଛି। ରିଲାଏନ୍ସ ଡିଫେନ୍ସକୁ ଅଫ୍‌ସେଟ୍‌ ପାର୍ଟନର କରିବାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଆସିଛି।

ପଢନ୍ତୁ; ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Related posts

ସାନିଆ ଓ ସୋଏବଙ୍କ ପୁଅକୁ ମିଳିବନି ପାକିସ୍ତାନ ନାଗରିକତ୍ୱ

ENO Beuro

ପାକ୍ ବିଦେଶ ମନ୍ତ୍ରୀଙ୍କ ବିବାଦୀୟ ବୟାନ: ମୁସଲମାନ ହୋଇଥିବାରୁ ଦଣ୍ଡିତ ହେଲେ ସଲମାନ!

ENO Beuro

ଏମ୍ସରେ ହାସ୍ୟ ଅଭିନେତା ପପୁଙ୍କ ଚିକିତ୍ସା ଆରମ୍ବ : ସ୍ୱାସ୍ଥ୍ୟାବସ୍ଥାରେ ସୁଧାର

ENO Beuro

Leave a Comment