SPORTS

ଚିଟ୍‌ ଫଣ୍ଡ ଠକାମିର ଶିକାର ହେଲେ ରାହୁଲ ଦ୍ରାବିଡ଼ ,ପୋଲିସରେ କଲେ ଅଭିଯୋଗ

ଠକେଇର ଶିକାର ହେଲେ ଦ୍ରାବିଡ଼

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ ଚିଟ୍‌ ଫଣ୍ଡ ଠକାମିର ଶିକାର ହୋଇଛନ୍ତି । ତାଙ୍କଠାରୁ ବିକ୍ରମ୍‌ ଇନଭେଷ୍ଟମେଣ୍ଟ କଂପାନି ନାମକ ଏକ ସଂସ୍ଥା ପାଖାପାଖି ୪ କୋଟି ଟଙ୍କା ଠକି ନେଇଛି। ବେଙ୍ଗାଲୁରୁର ବିକ୍ରମ ଇନ୍‌ଭେଷ୍ଟର୍ସ ନାମକ ଏକ ଅର୍ଥଲଗାଣ ସଂସ୍ଥାରେ ଦ୍ରାବିଡ଼ ଟଙ୍କା ଜମା ରଖିଥିଲେ। କମ୍ପାନୀ ତରଫରୁ ଦ୍ରାବିଡଙ୍କ ସହ ପ୍ରାୟ ୮୦୦ ଜଣ ଜମାକାରୀଙ୍କୁ ବିପୁଳ ପରିମାଣର ସୁଧ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ସୁଧ ତ ଦୂରକଥା ମୂଳ ଅର୍ଥ ଫେରି ପାଇନଥିବାରୁ ଦ୍ରାବିଡଙ୍କ ସମେତ ଅନେକ ଜମାକାରୀ ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି।

କଂପାନିର ମାଲିକ ରାଘବେନ୍ଦ୍ର ଶ୍ରୀନାଥ ଏବଂ ପୂର୍ବତନ କ୍ରୀଡ଼ା ସାମ୍ବାଦିକ ତଥା ଏଜେଣ୍ଟ ସୁତରାମ ସୁରେଶଙ୍କ ପ୍ରରୋଚନା ଏବଂ ମିଥ୍ୟା ପ୍ରତିଶ୍ରୁତିରେ ଭଳି ଯାଇ ଦ୍ରାବିଡ଼ ବିକ୍ରମ୍‌ ଇନଭେଷ୍ଟମେଣ୍ଟ କଂପାନିରେ ୨୦ କୋଟି ଟଙ୍କା ବିନିଯୋଗ କରିଥିଲେ । ରାଘବେନ୍ଦ୍ର ଓ ସୁତରାମ ତାଙ୍କୁ ବ୍ୟାଙ୍କ ଦେଉଥିବା ଲାଭାଂଶଠାରୁ ଯଥେଷ୍ଟ ଅଧିକ ଲାଭ ଦେବେ ବୋଲି କହିଥିଲେ ।

ଦ୍ରାବିଡଙ୍କ ବ୍ୟତୀତ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ୍‌ ଓ ପ୍ରକାଶ ପାଦୁକୋନ୍‌ ମଧ୍ୟ ଏହି ସଂସ୍ଥାରେ ଅର୍ଥ ଜମା କରିଥିବା ଜଣାପଡ଼ିଛି। ଏହି କମ୍ପାନୀର ଅନ୍ୟତମ ମ୍ୟାନେଜର ସୁତରାମ ସୁରେଶ ଜଣେ କ୍ରୀଡ଼ା ସାମ୍ବାଦିକ ହୋଇଥିବାରୁ ସେ ଖେଳାଳିଙ୍କୁ ପ୍ରଲୋଭିତ କରି ଅର୍ଥ ସଂଗ୍ରହ କରିଥିବା କୁହାଯାଉଛି। ସୁରେଶ ବର୍ତ୍ତମାନ ଜେଲ୍‌ରେ ଅଛନ୍ତି।

ପଢନ୍ତୁ;

ବାସ୍ତୁଶାସ୍ତ୍ର ଅନୁସାରେ ଶୋଇଲା ବେଳେ ଶେଯ ତଳେ ରଖନ୍ତୁ ଏହି ସବୁ ଜିନିଷ ,ଦୂର ହେବ ଅନେକ ସମସ୍ୟା!

Related posts

ଫାଇନାଲରେ ଚେନ୍ନଇ ସୁପର୍ କିଙ୍ଗସ୍‌ !

ENO Beuro

ଏସିଆନ ପାରା ଗେମ୍ସରେ ବ୍ରୋଞ୍ଜ ଜିତିଲେ ଜୟନ୍ତୀ

ENO Beuro

IDCO Received Prestigious Rashtriya Khel Protsahan Puraskar 2017

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More