News

କଂଗ୍ରେସର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଲେ ରଞ୍ଜୀବ ବିଶ୍ୱାଳ

ରାଜ୍ୟସଭା ସାଂସଦ ତଥା ଯୁବ କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ରଞ୍ଜୀବ ବିଶ୍ଵାଳଙ୍କୁ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର  ଭାବେ ମିଳିଛି ନିଯୁକ୍ତି। ତାଙ୍କ ନିଯୁକ୍ତିକୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମୋହର ମାରିଥିବା ଏଆଇସିସି ପକ୍ଷରୁ ସୂଚନା ମିଳିଛି। ସେହିପରି କଂଗ୍ରେସ ନେତା ଶୈଳେନ୍ଦ୍ରଙ୍କୁ  ଜାତୀୟ ମିଡିଆ କୋଡିନେଟର୍ ଭାବେ ନିଯୁକ୍ତି ମିଳିଛି।

ରଞ୍ଜୀବ ଏବେ ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଦଳୀୟ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଏଆଇସିସି ଏହି ପଦକ୍ଷେପ ନେଇଛି । ନିଯୁକ୍ତି ପାଇବାପରେ ସେ ଓଡିଶା କଂଗ୍ରେସ ପକ୍ଷରୁ ରାହୁଲଙ୍କୁ କୃତଜ୍ଞତା  ଜଣାଇଛନ୍ତି।

ପଢନ୍ତୁ: କଂଗ୍ରେସରେ ଯୋଗ ଦେଲେ ଅଭିନେତ୍ରୀ ଉର୍ମିଲା: ପ୍ରଥମ ଦିନରେ ବିଜେପି ଉପରେ ବର୍ଷିଲେ

Related posts

ଆସିଲା ବ୍ୟବଚ୍ଛେଦ ରିପୋର୍ଟ:ବନ୍ୟଜନ୍ତୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ENO Beuro

ଅଣ୍ଡା ଦର ଅଚାନକ ବୃଦ୍ଧି, କାରଣ ଏବେବି ଅସ୍ପଷ୍ଟ

ENO Beuro

ବିଚାରପତିମାନଙ୍କର ବେତନ ବଢାଇବା ପାଇଁ ଭୁଲିଯାଇଛନ୍ତି କି ?- ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ

ENO Beuro

Leave a Comment