News

ପୋଷ୍ଟରରେ ରାହୁଲଙ୍କୁ ଭଗବାନ ରାମ ଭାବେ ଚିତ୍ରଣ , ଫଟୋ ଭାଇରାଲ୍‌

rahul

ଆଗାମୀ ଫ୍ରେବୁଆରି ୩ ତାରିଖରେ ପାଟନାର ଗାନ୍ଧୀ ମୌଦାନରେ କଂଗ୍ରେସ ପକ୍ଷରୁ ଜନଆକାଂକ୍ଷା ରାଲି ଅନୁଷ୍ଟିତ ହେବ। ତା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ପୋଷ୍ଟର ଲଗାଯାଇଛି। ସେଥି ମଧ୍ୟରୁ କିଛି ଫୋଟୋରେ ତାଙ୍କୁ ଭଗବାନ ରାମ ଭାବେ ଚିତ୍ରଣ କରାଯାଇଛି।

ବିହାରର ରାଜଧାନୀ ପାଟନାରେ ଏମିତି କିଛି ପୋଷ୍ଟର ଦେଖିବାକୁ ମିଳିଛି, ଯେଉଁଥିରେ ରାହୁଲ ଗାନ୍ଧୀ ରାମ ଅବତାରରେ ସଂସଦ ବାହାରେ ଠିଆ ହୋଇଥିବାର ଏକ ଛବି ପୋଷ୍ଟରରେ ରହିଛି। ଏଥିରେ ସୋନୀଆ ଗାନ୍ଧୀ, ମନମୋହନ ସିଂ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଫଟୋ ରହିଥିଲେ ମଧ୍ୟ ଅନ୍ୟ କାହାକୁ ଭଗବାନଙ୍କ ରୂପ ଦିଆଯାଇନାହିଁ।

ଅନ୍ୟପକ୍ଷେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଙ୍କ ନାଁ ନେଇ ତୁଚ୍ଛା ରାଜନୀତି କରୁଛନ୍ତି ବୋଲି ପୋଷ୍ଟର ମାଧମରେ ବାର୍ତ୍ତା ଦିଆଯାଇଛି। ରାହୁଲ ଗାନ୍ଧି ଓ କଂଗ୍ରେସ ଅଯୋଧ୍ୟା ବିବାଦର ସମାଧାନ କରିପାରିବେ। ବିଜେପି କେବଳ ରାମଙ୍କୁ ନେଇ ଭୋଟବ୍ୟାଙ୍କ ରାଜନୀତି କରୁଛି ବୋଲି କଂଗ୍ରେସ ଆକ୍ଷେପ କରିଛି।

ପଢନ୍ତୁ;  ବିଜେପିକୁ ଥରେ ସୁଯୋଗ ଦିଅ : ଅମିତ ଶାହ

Related posts

ଭୋଟ ଗଣତି ପୂର୍ବରୁ ନବୀନଙ୍କୁ ଟାଣିବାକୁ ଜାତୀୟ ସ୍ତରରେ ଚାଲିଛି କସରତ

Ratnamani Moharana

ପୁଅ ବାହାଘର ପାଇଁ ଲାଲୁଙ୍କ ପାରୋଲ ଆବେଦନ ମଞ୍ଜୁର!

ENO Beuro

ଚଳନ୍ତା ଏକ୍ସପ୍ରେସ ଟ୍ରେନ୍‌ରେ ନିଆଁ !

ENO Beuro

Leave a Comment