News

ନାମାଙ୍କନ ପତ୍ର ଦାଖଲ୍ କଲେ ରାହୁଲ ଗାନ୍ଧି

କେରଳର ୱେୟନାଡ୍ ଆସନ  ପରେ ନିଜ ନିର୍ବାଚନ ମଣ୍ଡଳୀ ଆମେଥିରେ ନାମାଙ୍କନ ଭରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆମେଥିରେ ପହଞ୍ଚି ଭଉଣୀ ତଥା ଏଆଇସିସି ସଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧିଙ୍କ  ଉପସ୍ଥିତିରେ ନାମାଙ୍କନ ପତ୍ର  ଭରିଲେ ରାହୁଲ। ଆମେଠିରୁ ରାହୁଲ 3ଥର ନିର୍ବାଚନ ଜିତଛନ୍ତି । 2004ରେ ରାହୁଲ ଏହି ଆସନରୁ ଜିତିଥିଲେ ।

2009 ଓ 2014ରେ ମଧ୍ୟ ଏହି ଧାରା ବଜାୟ ରହିଥିଲା ।୨୦୧୭ରେ ଅନୁଷ୍ଠିକ ବିଧାନସଭା ନିର୍ବାଚନରେ ଏଠାକାର ୭ଟି ଆସନରୁ କେବଳ ଆମେଥି ବିଧାନସଭା  ଆସନକୁ ଛାଡ଼ି କଂଗ୍ରେସ ଅନ୍ୟ ସବୁ ଆସନରେ ହାରି ଯାଇଥିଲା। ତେଣୁ ଏଥର ରାହୁଲଙ୍କୁ କଡ଼ା ଚ୍ୟାଲେଞ୍ଜର  ସମ୍ମୁଖୀନ ହେବାକୁ ପଡ଼ିପାରେ।
ପଢନ୍ତୁ: ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ମାଲକାନଗିରି ଓ କୋରାପୁଟ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା

Related posts

କୋହଲିଙ୍କୁ ନାସୀରୁଦ୍ଦିନଙ୍କ ସମାଲୋଚନା

ENO Beuro

ଜୁଲାଇ ୧୫ରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରାୟନ-୨

Ratnamani Moharana

Odisha Police Issued Guidelines For Hotels, Lodges & Guest Houses

ENO Beuro

1 comment

Leave a Comment