POLITICALS

ସାଂସଦଭାବେ ଶପଥ ନେବାପରେ ରେଜିଷ୍ଟରରେ ଦସ୍ତଖତ କରିବାକୁ ଭୁଲିଗଲେ ରାହୁଲ ଗାନ୍ଧି

St

୧୭ ତମ ଲୋକସଭା ଅଧିବେଶନ ଗତକାଲିଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ନବ ନିର୍ବାଚିତ ସାଂସଦ ମାନେ ଶପଥ ଗ୍ରହଣ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ତଥା କେରଳ ଓ୍ୱାଇନାଡ ସାଂସଦ ରାହୁଲ ଗାନ୍ଧି  ଗତକାଲି ସାଂସଦଭାବେ ଶପଥ ନେବାପରେ ରେଜିଷ୍ଟରରେ ଦସ୍ତଖତ କରିବାକୁ ଭୁଲିଯାଇଥିଲେ । ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତକାଲି ସକାଳେ ଯେତେବେଳେ ସଂସଦର କାମ ଆରମ୍ଭ ହୋଇଥିଲା ସେତେବେଳେରେ କଂଗ୍ରେସ ଅଧ୍ୟକ୍ଷ ତଥା କେରଳ ଓ୍ୱାଇନାଡ ସାଂସଦ ରାହୁଲ ଗାନ୍ଧିଙ୍କୁ ଦେଖିବାକୁ ମିଳିନଥିଲା। ତେବେ ସେ ଅପରାହ୍ନରେ ସଂସଦରେ ପହଞ୍ଚି ଇଂରାଜି ଭାଷାରେ ଶପଥ ଗ୍ରହଣ କରିଥିଲେ।

ଶପଥ ଗ୍ରହଣ ପରେ ଲୋକସଭା ରେଜିଷ୍ଟରରେ ଦସ୍ତଖତ କରିବାର ବିଧି ରହିଛି, ଯାହାକୁ ରାହୁଲ ଗାନ୍ଧି ଭୁଲିଯାଇ ନିଜ ସିଟ୍ ଆଡ଼କୁ ଯାଉଥିଲେ। ଏହି ସମୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ କେତେକ ବିଜେପି ସାଂସଦ ରାହୁଲଙ୍କୁ ପଛରୁ ଡ଼ାକି ଦସ୍ତଖତ କରିବା କଥା ମନେ ପକାଇ ଦେଇଥିଲେ । ଏହାପରେ ରାହୁଲ ଗାନ୍ଧି ଆସି ଦସ୍ତଖତ କରିଥିଲେ।

ପଢନ୍ତୁ: ପାଟକୁରାରେ ବିଜେପି ଓ ବିଜେଡ଼ିର ସମରସଜ୍ଜା

Related posts

ପୋଲାଭରମ ପ୍ରକଳ୍ପ ବନ୍ଦ କରିବାକୁ ମୋଦିଙ୍କୁ ନବୀନଙ୍କ ଚିଠି

Ratnamani Moharana

ବଜେଟ୍‌ ଅଧିବେଶନର ଦ୍ୱିତୀୟ ଦିନରେ ନରସିଂହଙ୍କ ପ୍ରଶ୍ନବାଣରେ ବିଜେଡି ଘାଇଲା

Ratnamani Moharana

ବିଜେଡି ରେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗରଙ୍କ ଗୃହ ପ୍ରବେଶ

Ratnamani Moharana

1 comment

Leave a Comment