News

ରାହୁଲ କହିଲେ “ମସୁଦ ଆଝାରଜୀ”: ପ୍ରତିଆକ୍ରମଣ କଲା ବିଜେପି

gandhi

ଆତଙ୍କବାଦୀ ମାସୁଦ ଆଝାରକୁ ‘ଆଝାରଜୀ’ ବୋଲି ସମ୍ବୋଧନ କଲେ ରାହୁଲ

ପୁଲୱାମା ଆକ୍ରମଣ ଘଟଣାକୁ ନେଇ ମୋଦୀ ସରକାରଙ୍କୁ ସମାଲୋଚନା କରୁଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏମିତି ଏକ ଭୁଲ କରିଦେଇଛନ୍ତି ଯାହା ଯୋଗୁ ବିଜେପି ଏବେ ଓଲଟା କଂଗ୍ରେସ ଉପରେ ପାଲଟା ଆକ୍ରମଣ କରିଦେଇଛି। ଦିଲ୍ଲୀରେ କଂଗ୍ରେସର ‘ମେରା ବୁଥ, ମେରା ଗୌରବ’ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ଜନାତାଙ୍କୁ ସମ୍ବୋଧିତ କରିବା ଅବସରରେ ରାହୁଲ ଗାନ୍ଧି କହିଥିଲେ, ଅଜିତ ଡୋଭାଲ ଖୋଦ ‘ମସୁଦ ଅଜହର ଜୀ’କୁ କନ୍ଧାର ଛାଡ଼ିବାକୁ ଏୟାରକ୍ରାଫ୍ଟରେ ଯାଇଥିଲେ । ରାହୁଲଙ୍କ ଏପରି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଆରୋପ ପ୍ରତ୍ୟାରୋପ ଚାଲିଛି ।

ଆତଙ୍କବାଦୀ ମସୁଦ ଆଝାରକୁ ରାହୁଲ ଗାନ୍ଧୀ ‘ଜୀ’ କହି ସମ୍ବୋଧିତ କରିବ ପରେ ବିଜେପି ତାଙ୍କୁ ପ୍ରତିଆକ୍ରମଣ କରିଛି। କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଟ୍ୱିଟ କରି କହିଛନ୍ତି ଯେ , “କମ ଅନ ରାହୁଲ ଜୀ ! ପୂର୍ବରୁ ଏହା ଦିଗବିଜୟ ସିଂହଙ୍କ ପସନ୍ଦ ଥିଲା, ଯାହାକୁ ସେ ‘ଓସାମା ଜୀ’ ଏବଂ ‘ହାଫିଜ ସଇଦ ଶାହବ’ କହୁଥିଲେ। ଏବେ ଆପଣ କହୁଛନ୍ତି ‘ମସୁଦ ଆଝାର ଜୀ’…କଂଗ୍ରେସ ଦଳ କୁ କ’ଣ ହୋଇଗଲାଣି ?

ପୂର୍ବରୁ କଂଗ୍ରେସ ନେତା ଦିଗବିଜୟ ସିଂହ ଓସାମା ବିନ୍‌ ଲାଡେନ୍‌ଜୀ ଓ ହାଫିଜ ସୟିଦ ସାହେବ କହିଥିଲେ। ଏବେ କଂଗ୍ରେସ ଅଧ୍ୟକ୍ଷ ମାସୁଦ ଆଝାରକୁ ଜୀ ବୋଲି ସମ୍ବୋଧନ କରୁଛନ୍ତି। କଂଗ୍ରେସ ଦଳର କେଉଁଠି ଅସୁବିଧା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରଶ୍ନ କରିଛନ୍ତି।

ପଢନ୍ତୁ; ପ୍ରଥମ ପର୍ଯ୍ୟାୟରେ ୪୭ ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର

Related posts

ହ୍ଵାଟ୍ସଆପ ତୁରନ୍ତ ଅପଡେଟ କରିବାକୁ ପରାମର୍ଶ ଦେଲେ ସାଇବର ଇଣ୍ଟେଲିଜେନ୍ସ

Ratnamani Moharana

ଡେରା ସଚ୍ଚା ସୌଦାରେ ଆରମ୍ଭ ହୋଇଛି ତଲାସି ଅଭିଯାନ, ଖୋଲିବ ବାବାଙ୍କ ଗୁମର ପେଡି

ENO Beuro

ପୋଲିସ ଅପରେସନ ପାଇଁ ଆଇଇଡି ଖଞ୍ଜିଥିଲେ ମାଓବାଦୀ,ଡ୍ରୋନ୍‌ ବଞ୍ଚାଇଲା ଜୀବନ

Ratnamani Moharana

Leave a Comment