POLITICALS

ଜମ୍ମୁରେ କଂଗ୍ରେସ ନେତାଙ୍କ ଗିରଫଦାରୀକୁ ନିନ୍ଦା କଲେ ରାହୁଲ

Rahul Gandhi1

ଶୁକ୍ରବାର ଜମ୍ମୁ କଶ୍ମୀରର ଦୁଇ କଂଗ୍ରେସ ନେତା ଗିରଫ ହୋଇଛନ୍ତି। କଂଗ୍ରେସ ମୁଖପାତ୍ର ରବୀନ୍ଦ୍ର ଶର୍ମା ପ୍ରେସ କନଫରେନସ ପାଇଁ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ସାମ୍ୱାଦିକଙ୍କୁ ନିମନ୍ତ୍ରଣ କରିଥିଲେ। ପୁଲିସ ଏବାବଦରେ ଖବର ପାଇବା ପରେ ରବୀନ୍ଦ୍ର ଶର୍ମାଙ୍କୁ ଗିରଫ କରିଛି। ଏଥିସହ ପ୍ରଦେଶ କଂଗ୍ରେସ ସଭାପତି ଗୁଲାମ ମୀର  ରାଜ୍ୟ କାର୍ଯାଳୟକୁ ଆସୁଥିବା ବେଳେ ତାଙ୍କୁ ପୁଲିସ୍ ଗିରଫ କରିଛି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି  ଏ ନେଇ ଟୁଇଟ୍ କରି କେନ୍ଦ୍ର ସରକାରଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି। କେବେ ସରକାରଙ୍କ ପାଗଳାମି ଠିକ୍ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରି କାର୍ଯ୍ୟ ଗଣତନ୍ତ୍ରକୁ ତଳକୁ ନେଇଯାଉଛି ବୋଲି ସେ କହିଛନ୍ତି। କଂଗ୍ରେସ ପକ୍ଷରୁ ମଧ୍ୟ ଟୁଇଟ କରାଯାଇ ମୋଦି ସରକାରର ଏପରି କାର୍ଯ୍ୟକଳାପକୁ ବିରୋଧ କରାଯାଇଛି।

ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ୍  ମଧ୍ୟ ଦଳୀୟ ନେତାଙ୍କୁ ଗିରଫଦାରୀକୁ ନିନ୍ଦା କରିଛନ୍ତି। ଗୋଟିଏ ପଟେ ଜମ୍ମୁ କଶ୍ମୀରରେ ସ୍ଥିତି ସ୍ୱାଭାବିକ୍ ହେଉଛି ବୋଲି କେନ୍ଦ୍ର କହୁଥିବା ବେଳେ ଅନ୍ୟପଟେ କଂଗ୍ରେସ ନେତା ଗିରଫ ହେବା କେନ୍ଦ୍ର ସରକାରର ଏହା ଦୋହରା ନୀତି ବୋଲି ସେ କହିଛନ୍ତି। ତୁରନ୍ତ କଂଗ୍ରେସ ନେତାଙ୍କ ସହ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର୍ ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କୁ ଛାଡ଼ିବା ପାଇଁ ଗୁଲାମ୍ ନବୀ ଆଜାଦ୍ ଦାବି କରିଛନ୍ତି।

ପଢନ୍ତୁ: ଭାରତର ନାଗରିକତ୍ବ ନମିଳିବାରୁ ୪୮ ବର୍ଷ ପରେ ସ୍ପେନ୍‌ ଫେରିବେ ଏନେଡିନା

Related posts

ଡାକ୍ତରଖାନାରେ ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେର

Ratnamani Moharana

ବିଜେପି ଛାଡ଼ିଲେ ଚନ୍ଦନ ମିତ୍ର

ENO Beuro

ବିଜେପୁର ସହ ଦୁଇ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା

Ratnamani Moharana

2 comments

ରବି ଶାସ୍ତ୍ରୀଙ୍କ ମୁଣ୍ଡରେ ପୁଣି ସୁନାକଳସ August 17, 2019 at 1:04 pm

[…] ଜମ୍ମୁରେ କଂଗ୍ରେସ ନେତାଙ୍କ ଗିରଫଦାରୀକୁ ନ… […]

‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ପୁଣି ବିବାଦରେ ପପୁ ପମପମ୍ August 17, 2019 at 2:08 pm

[…] ଜମ୍ମୁରେ କଂଗ୍ରେସ ନେତାଙ୍କ ଗିରଫଦାରୀକୁ ନ… […]

Leave a Comment