POLITICALS

ଆମେଥିରେ କଂଗ୍ରେସ ଅଧକ୍ଷ ରାହୁଲଙ୍କ ପଛରେ ସ୍ମୃତି ଇରାନୀ

Rs

ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ଆଜି ଗଣତି ଚାଲିଛି। ଭୋଟ ଗଣତିରେ ଫୋକସରେ ରହିଛନ୍ତି ଭାରତର ଟାଣୁଆ ନେତା। ତେବେ ଉତ୍ତର ପ୍ରଦେଶରେ ଗଣତି ଯେତିକି ବଢ଼ୁଛି ସଂଖ୍ୟାର ଖେଳ ମଧ୍ୟ ସେତିକି ବଦଳୁଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି  ଆମେଠି ଆସନରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ପଛରେ ରହିଥିଲେ ତେବେ ବର୍ତମାନ ଖବର ଅନୁଯାୟୀ ରାହୁଲ ଗାନ୍ଧି ଆଗରେ ରହିଛନ୍ତି। ସେ ସ୍ମୃତି ଇରାନୀଙ୍କ ଠାରୁ ୧ ହଜାର ଭୋଟ୍‌ରେ ଆଗରେ ରହିଛନ୍ତି।

ରାହୁଲ ଚଳିତ ଥର ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିଲେ। ଆମେଠି ବ୍ୟତୀତ ରାହୁଲ କେରଳର ୱାୟନାଡ଼ରୁ ଲଢ଼ୁଛନ୍ତି। ଏହି ଆସନରେ ରାହୁଲ ପ୍ରତିପକ୍ଷ ବାମପନ୍ଥୀ ଓ ଏନ୍‌ଡିଏ ପ୍ରାର୍ଥୀଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। ୫୪୨ଟି ଲୋକସଭା ଆସନରୁ ଏ ଖବର ଲେଖାଯିବା ସୁଦ୍ଧା ୨୪୯ ଟି ଆସନରୁ ୧୪୮ଟିରେ ବିଜେପି ଆଗୁଆ ଚାଲିଥିବା ବେଳେ କଂଗ୍ରେସ ୫୬ଟି ଓ ଅନ୍ୟାନ୍ୟ ଦଳ ୫୧ଟି ଆସନରେ ଆଗୁଆ ଚାଲିଛନ୍ତି।
ପଢନ୍ତୁ: ରାଜନେତାଙ୍କ ଭାଗ୍ୟ ପରୀକ୍ଷା ଆଜି: ବିଜେପି ଶୀର୍ଷରେ

Related posts

ପଦ୍ମ ଧରିଲେ ସିମୁଳିଅାର ପୂର୍ବତନ କଂଗ୍ରେସ ବିଧାୟକ ପଦ୍ମଲୋଚନ ପଣ୍ଡା

ENO Beuro

ପାଟକୁରାରେ ବିଜେପି ଓ ବିଜେଡ଼ିର ସମରସଜ୍ଜା

Ratnamani Moharana

ସମ୍ବଲପୁରରେ ଟଙ୍କିକିଆ ଚାଉଳର ଗୁମର ଖୋଲିଲେ ମୋଦି

Ratnamani Moharana

Leave a Comment