POLITICALS

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧି

Untitled 1

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବିଧିବଦ୍ଧ ଭାବେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧି।  ରାହୁଲ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି ଯେ କଂଗ୍ରେସର ନୂଆ ଅଧ୍ୟକ୍ଷ ଖୁବ୍‌ ଶୀଘ୍ର ବଛାଯିବେ। ଏଥର ସିଲେକସନ୍‌ ନୁହେଁ ଇଲେକସନ୍‌ ଜରିଆରେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଚୟନ କରାଯିବ। ମୁଁ ପୂର୍ବରୁ ହିଁ ମୋର ଇସ୍ତଫା ଦେଇ ସାରିଛି। ମୁଁ ଆଉ ଦଳର ଅଧ୍ୟକ୍ଷ ନୁହେଁ। ସିଡବ୍ଲ୍ୟୁସି ତୁରନ୍ତ ଏକ ବୈଠକ ଡାକି ଏ ସମ୍ପର୍କରେ ନିଷ୍ପତ୍ତି ନେବା ଉଚିତ। ସେହିପରି କଂଗ୍ରେସର ଆଗାମୀ ଅଧ୍ୟକ୍ଷ ନେହରୁ କିମ୍ବା ଗାନ୍ଧି ପରିବାରରୁ ହେବେ ନାହିଁ। ”

ନିଜ ଟ୍ୱିଟର ହ୍ୟାଣ୍ଡଲରେ ଇସ୍ତଫା ପତ୍ର ରାହୁଲ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।25 ମେ’ରେ ରହାଲୁ ଅଧ୍ୟକ୍ଷ ପଦ ଛାଡ଼ିବେ ବୋଲି ଘୋଷଣା କରିଥିଲେ । ଆମେଥିରୁ ହାରିଥିବା ରାହୁଲ ଏବେ କେରଳର ୱାୟନାଡରୁ ସାଂସଦ ଅଛନ୍ତି । ତେବେ ଲୋକସଭା ନିର୍ବାଚନରେ ଶୋଚନୀୟ ପରିସ୍ଥିତି ପାଇଁ ନିଜକୁ ଦାୟୀ କରି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଅଡ଼ି ବସିଥିଲେ । ଦଳର ବରିଷ୍ଠ ନେତା ଓ କର୍ମୀ ରାହୁଲଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ରାହୁଲ ନିଜର ନିଷ୍ପତ୍ତି ବଦଳାଇ ନାହାନ୍ତି।
ପଢନ୍ତୁ: ରାତିପାହିଲେ ବଡଦାଣ୍ଡକୁ ଆସିବେ ମହାବାହୁ, ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

Related posts

ମୋଦି-ବିରୋଧୀ ମହାମେଳିରେ ଶପଥ ନେଲେ କୁମାରସ୍ୱାମୀ!

ENO Beuro

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଆସନ୍ତା ୧୬ ତାରିଖରେ ପର୍ଯ୍ୟନ୍ତ ଚାଲିବ

ENO Beuro

୨୭ ତାରିଖରେ ମୁହାଁମୁହିଁ ହେବେ ମୋଦି-ଇମ୍ରାନ୍

Ratnamani Moharana

Leave a Comment