POLITICALS

ଇସ୍ତଫା ଜିଦରେ ରାହୁଲ, କଂଗ୍ରେସର ଅଧକ୍ଷ ମଙ୍ଗ ଧରିବ କିଏ?

Rr

୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଦଳ ମଧ୍ୟରେ ଅସନ୍ତୋଷର ଝଡ଼ ଦେଖାଦେଇଛି। କଂଗ୍ରେସର ପରାଜୟ ପାଇଁ ଏବେ ବିଭିନ୍ନ ରାଜ୍ୟର ଦଳୀୟ ମୁଖ୍ୟମାନେ ଇସ୍ତଫା ଦେଇଚାଲିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ    ମଧ୍ୟ ତାଙ୍କ ଇସ୍ତଫା ଜିଦ୍‌ରେ ଅଟଳ ରହିଛନ୍ତି। ମାତ୍ର CWC ତାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି । ଓ୍ୱାର୍କିଂ କମିଟି ବୈଠକରେ ମାନସ ମନ୍ଥନ ଚାଲିଥିବା ବେଳେ ରାହୁଲ ନିଜର ନୈରାଶ୍ୟ ଓ କ୍ରୋଧ ପ୍ରକାଶ କରିଛନ୍ତି ।

କଂଗ୍ରେସର ନୂଆ ଉତ୍ତରାଧିକାରୀ ଖୋଜିବା ପାଇଁ ରାହୁଲ ଗାନ୍ଧି କଂଗ୍ରେସ କାର୍ଯ୍ୟକାରୀଣୀ କମିଟିକୁ କହିଥିବା ଜଣାପଡ଼ିଛି। ତିନି ଚାରି ଦିନ ମଧ୍ୟରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସି ଅଧ୍ୟକ୍ଷ ପଦବୀ ବାବଦରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ସୋନିଆ ଗାନ୍ଧିଙ୍କୁ  ପୁଣି କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବାକୁ ପଡ଼ିବ ବୋଲି ଅହମଦ ପଟେଲ ଓ ବେଣୁ ଗୋପାଳ କହିଥିଲେ। ଯଦି ସୋନିଆ ରାଜି ନହେବେ ତାହେଲେ ପ୍ରିୟଙ୍କା ଗାନ୍ଧି ଭାଡ୍ରାଙ୍କ ବାବଦରେ ରାହୁଲଙ୍କୁ ଅହମଦ ପଟେଲ ଓ କେସି ବେଣୁଗୋପାଳ ପ୍ରସ୍ତାବ ଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ପଢନ୍ତୁ: ଟୁଇଟରରେ ନିଜ ନାମରୁ ‘ଚୌକିଦାର’ ହଟାଇଲେ ମୋଦି

Related posts

ସରକାରଙ୍କ ଐତିହାସିକ ଘୋଷଣା ପରେ କାଶ୍ମୀରକୁ ଗଲେ ଆଉ ୮୦୦୦ ସୈନ୍ୟ

Ratnamani Moharana

ଭାରତର ଜଳଅସ୍ତ୍ର ! ପାକିସ୍ତାନକୁ ଆଉ ପାଣି ଛାଡ଼ିବ ନାହଁ ଭାରତ

Ratnamani Moharana

ବିଜେପି ଛାଡ଼ିଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନା!

ENO Beuro

Leave a Comment