ନବୀନଙ୍କ ରାସ୍ତାରେ ରାହୁଲ,ମହିଳା ସଂରକ୍ଷଣ ବିଲକୁ କଲେ ସମର୍ଥନ

rahul

କଂଗ୍ରେସ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ବିଧାନସଭାରେ ସଂକଳ୍ପ ପାରିତ କରାଇବାକୁ ପରାମର୍ଶ ଦେଲେ

ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ହେଉ। ଏ ନେଇ ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ଜାତୀୟ ଅଭିଯାନକୁ ସମର୍ଥନ ଦେଇଛନ୍ତି କଂଗ୍ରେସ ଅଧ୍ୟକ ରାହୁଲ ଗାନ୍ଧି।

rahul

ନବୀନଙ୍କ ଭଳି ସେ ମଧ୍ୟ ମହିଳା ବିଲକୁ ସମର୍ଥନ କରିବା ଲାଗି ପରାମର୍ଶ ଦେଇଛନ୍ତି। ଏସମ୍ପର୍କରେ ସେ କଂଗ୍ରେସ ଶାସିତ ଏବଂ କଂଗ୍ରେସ ସହ ମେଣ୍ଟ କରିଥିବା ମୁଖ୍ୟନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି। ନିଜ ନିଜ ରାଜ୍ୟର ବିଧାନସଭାରେ ଏ ସମ୍ପର୍କରେ ସଂକଳ୍ପ ଗ୍ରହଣ କରିବା ଲାଗି ମଧ୍ୟ କହିଛନ୍ତି।

ରାହୁଲ କହିଛନ୍ତିଯେ, ଲୋକସଭା ଓ ବିଧାନସଭାରେ ମହିଳାଙ୍କ ଲାଗି ଏକ ତୃତୀୟାଂଶ ସଂରକ୍ଷଣ ପ୍ରସ୍ତାବକୁ କଂଗ୍ରେସ ସମର୍ଥନ କରେ । ଏହାକୁ ସୁନିଶ୍ଚିତ କରିବା ପାଇଁ ବିଧାନସଭାରେ ସଂକଳ୍ପ ପାରିତ କରିବାକୁ ପଡ଼ିବ । ତେଣୁ ନିଜ ରାଜ୍ୟ ବିଧାନସଭାର ଆଗାମୀ ଅଧିବେଶନରେ ଏ ସଂକ୍ରାନ୍ତ ପ୍ରସ୍ତାବ ଆଣିବାକୁ ରାହୁଲ ନିଜ ପତ୍ରରେ ଉଲ୍ଳେଖ କରିଛନ୍ତି।

ପଢନ୍ତୁ; ତ୍ଵଚାର ତେଲିଆ ଅଂଶକୁ ଦୂର କରେ “ପାନପତ୍ର”, ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More