ଓଡିଶାରେ ପହଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ଓଡ଼ିଶାରେ ପହଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାହୁଲ। କଂଗ୍ରେସ ଅଧ୍ୟକ୍ଷ ହେବା ପରେ ରାହୁଲଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାହୁଲଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଭୁବନେଶ୍ୱର ବିମାନବନ୍ଦରରେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ, ବରିଷ୍ଠ ନେତା ଶ୍ରୀ ଗାନ୍ଧୀଙ୍କୁ ସ୍ୱାଗତ କରିବା ସହିତ ପାଇକ ଆଖଡ଼ା ଶୋଭାଯାତ୍ରାରେ ବିମାନବନ୍ଦର ବାହାରକୁ ଆଣିଛନ୍ତି।

 

ରାହୁଲଙ୍କୁ ସ୍ୱାଗତ ଜଣାଇବାକୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସମେତ ଚିରଂଜୀବ ବିଶ୍ୱାଳ, ଭକ୍ତ ଦାସ, ପ୍ରଦୀପ ମାଝି ଆଦି ଉପସ୍ଥିତ ଥିଲେ । ରାହୁଲ ବିମାନବନ୍ଦରରୁ ସିଧା ହୋଟେଲ ମେ ଫେୟାର ଯିବେ । ସେଠାରେ ସେ ବୁଦ୍ଧିଜୀବିଙ୍କ ସହିତ ଆଲୋଚନା କରିବେ । ପରେ ପରେ ୨ଟା ୩୦ ରେ ଖୋର୍ଦ୍ଧା ତମୋଣ୍ଡୋ ମିନି ଷ୍ଟାଡିୟମ୍‌ରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବାର ରହିଛି । ଏହା ବାଦ୍‌ ସେ ହାଲ୍‌ ଓ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କୁ କଂଗ୍ରେସ ଭବନରେ ସାକ୍ଷାତ କରିବେ ବୋଲି ପ୍ରଭାରୀ ସୂଚନା ଦେଇଛନ୍ତି ।

ପଢନ୍ତୁ; ପାଣ୍ଡ୍ୟା, ରାହୁଲଙ୍କ ଉପରୁ ଉଠିଲା ବାସନ୍ଦ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More