News

୮ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି

rahul

ପୁଣି ୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ଯେତିକି ନିକଟତର ହେବାକୁ ଯାଉଛି, … ଉପକୂଳ, ପଶ୍ଚିମ ଓଡ଼ିଶା ଗସ୍ତ ପରେ ଏବେ କଂଗ୍ରେସ ସଭାପତିଙ୍କ ଟାଗେର୍ଟରେ ରହିଛି ଦକ୍ଷିଣ ଓଡ଼ିଶା। ଏହି ଧାରାରେ ଆସନ୍ତା ୮ ତାରିଖରେ ପୁଣି ଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧି।

ସେ କୋରାପୁଟ ଜିଲ୍ଲାର ଜୟପୁର ଏବଂ ବରଗଡ଼ରେ ଦଳୀୟ ସମାବେଶକୁ ଉଦ୍‌ବୋଧନ ଦେବେ। ରାହୁଲଙ୍କ ଦିନିକିଆ ଓଡ଼ିଶା ଗସ୍ତ ବାବଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସଭାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ପ୍ରଭାରୀ ଜିତେନ୍ଦ୍ର ସିଂ, ଛତିଶଗଡ଼ର ବରିଷ୍ଠ ମନ୍ତ୍ରୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଏଆଇସିସି ସମ୍ପାଦକ ଶେଖ ମସ୍ତାନ ଅଲ୍ଲୀ ଉପସ୍ଥିତ ରହିବେ ।

ଉଲ୍ଲେଖଯୋଗ୍ୟ,ପୂର୍ବରୁ ଭୁବନେଶ୍ୱର ତମାଣ୍ଡୋ, ରାଉରକେଲା ଓ କଳାହାଣ୍ଡିରେ ସମାବେଶରେ ଯୋଗ ଦେଇଥିଲେ ରାହୁଲ ।

ପଢନ୍ତୁ;ଏ ମାଟିର ରାଣ, ଦେଶକୁ ନଇଁବାକୁ ଦେବିନାହିଁ: ନରେନ୍ଦ୍ର ମୋଦି

Related posts

ମୁଖ୍ୟମନ୍ତ୍ରୀ:ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଲାଗୁ ହେବ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା

ENO Beuro

ସରିଲା ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ,୬ରୁ ଖାତା ଦେଖା

ENO Beuro

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ସଂସଦ,ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କର

ENO Beuro

Leave a Comment