POLITICALS

ଯୋଗ ଦିବସରେ ଟୁଇଟ କରି ଅଡୁଆରେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧି

Untitled 1

ରାଜନୀତିରୁ ବାଦ୍ ପଡ଼ିଲାନି ଯୋଗ ଦିବସ । ଅନ୍ତର୍ଜାତୀୟ ଯୋଗ ଦିବସର ମଜାକ ଉଡ଼ାଇଲେ ରାହୁଲ ଗାନ୍ଧୀ ।ମୋଦି ସରକାରଙ୍କୁ ସବୁ ସ୍ତରରେ ସମାଲୋଚନା କରିବାକୁ ସଂକଳ୍ପ କରିଥିବା ରାହୁଲ ଗାନ୍ଧିଙ୍କ ଗତକାଲି ଯୋଗ କରୁଥିବା ଯବାନ ଓ ଡଗ ସ୍କ୍ୱାର୍ଡ଼ଙ୍କ ଫଟୋ ପୋଷ୍ଟ କରି ଏକ ବିବାଦୀୟ ଟ୍ୱିଟ୍ ପୋଷ୍ଟ କରିଥଲେ । ସେହି ଟ୍ୱିଟକୁ ନେଇ ପୁଣି ଥରେ ବିବାଦ ଘେରକୁ ଆସିଯାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

 

 

ରାହୁଲଙ୍କ ପୋଷ୍ଟରେ ସେନା ଜବାନଙ୍କ ସହ ଯୋଗ ମୁଦ୍ରାରେ ଡଗ୍ ସ୍କ୍ୱାଡ଼, ଲେଖିଥିଲେ ନୂଆ ଭାରତର ଚିତ୍ର

ଅନ୍ତର୍ଜାତୀୟ ଯୋଗ ଦିବସରେ ଯବାନ ଓ ଡଗ ସ୍କ୍ୱାର୍ଡ଼ଙ୍କ ଟ୍ୱିଟ୍ କରିଛନ୍ତି ରାହୁଲ ଗାନ୍ଧି । ଫଟୋରେ ସେନା ଯବାନଙ୍କ ସହ ଯୋଗ ମୁଦ୍ରାରେ ନଜର ଆସୁଛି ଡଗ୍ ସ୍କ୍ୱାର୍ଡ । ଏଥିସହ କ୍ୟାପସନ ଦେଇଛନ୍ତି ନ୍ୟୁ ଇଣ୍ଡିଆ । ଅର୍ଥାତ ଉଭୟ ଯୋଗ ଦିବସ ଓ ମୋଦି ସରକାରଙ୍କ ନୂଆ ଭାରତ ଯୋଜନାକୁ ଅତି କଡା ଢଙ୍ଗରେ ସମାଲୋଚନା କରିବାକୁ ଯାଇ ଏଭଳି ଏକ ଟ୍ୱିଟ କରିଛନ୍ତି ରାହୁଲ ଗାନ୍ଧି । ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଫଟୋ ଓ କ୍ୟାପସନ୍ ପୋଷ୍ଟ ହେବା ପରେ ଚାରିଆଡୁ ସମାଲୋଚନା ।

Eas

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାୱେଡକର   ଏହି ଟୁଇଟ ଉପରେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ସମସ୍ତେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନରେ ବ୍ୟସ୍ତ ଥିବାବେଳେ ରାହୁଲଙ୍କ ଏଭଳି ଟୁଇଟ କଂଗ୍ରେସର ମାନସିକତା ତଥା ସେମାନେ ଜନତାଙ୍କର କେତେ ମଙ୍ଗଳ ଆସ କରନ୍ତି ତାହା ଦର୍ଶାଉଛି। ବିଜେପି ପ୍ରବକ୍ତା ସଂବିତ ପାତ୍ର ଓ ଅଭିନେତା ପରେଶ ରାୱଲଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ରାହୁଲଙ୍କ ଏହି ଟୁଇଟରରେ ସମାଲୋଚନା କରିଛନ୍ତି।

ପଢନ୍ତୁ: ସହିଦଙ୍କ ମରଶରୀରରେ ଦଳୀୟ ପତାକା ଦେଇ ଅଡୁଆରେ ବିଜେଡ଼ି

Related posts

ମାହାଙ୍ଗାରେ ବୈଜୟନ୍ତଙ୍କୁ ବିରୋଧ,ପୁଣି ଆରମ୍ଭ ଛକାପଞ୍ଝା

ENO Beuro

ବିଜେପି ଛାଡିଲେ ଦିଲ୍ଲୀପ ରାୟ

ENO Beuro

ରାଜ୍ୟସଭାରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ ସସ୍ମିତ ପାତ୍ର

Ratnamani Moharana

Leave a Comment