POLITICALS

ଆଜି ଜମ୍ମୁ-କଶ୍ମୀର ଗସ୍ତ କରିବେ ରାହୁଲ ଗାନ୍ଧି

Rahul

କାଶ୍ମୀରକୁ ନେଇ ବିବାଦ ଥମିବାର ନାଁ ନେଉନି । ବାରମ୍ବାର ଏହି ପ୍ରସଙ୍ଗରେ ମୁହାଁମୁହିଁ ହେଉଛନ୍ତି ଶାସକ ଓ ବିରୋଧୀ । ତେବେ ଏସବୁ ଭିତରେ ଆଜି ଜମ୍ମୁ-କାଶ୍ମୀର ଯିବେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।ଏହା ସହିତ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଚ୍ୟାଲେଞ୍ଜକୁ ସେ ଗ୍ରହଣ କରିଛନ୍ତି । ଏହି ପ୍ରତିନିଧିମଣ୍ଡଳରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ସିପିଆଇର ଡି.ରାଜା,ସିପିଏମର ସୀତାରାମ ୟେଚୁରୀ ଓ ଆରଜେଡିର ମନୋଜ ଝା ସାମିଲ ଅଛନ୍ତି । ଏହି ଅବସରରେ ରାହୁଲ କେତେକ ସ୍ଥାନୀୟ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ରାହୁଲ ଓ ଅନ୍ୟ ବିରୋଧୀ ଦଳ ନେତାଙ୍କ କାଶ୍ମୀର ଗସ୍ତ କାର୍ଯ୍ୟକ୍ରମକୁ ପ୍ରଶାସନ ପକ୍ଷରୁ ବିରୋଧ କରାଯାଇଛି । ଏହା ଘାଟିର ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଇଛି । ବିଶେଷ କରି ଶ୍ରୀନଗର ନଯିବା ପାଇଁ ସେମାନଙ୍କୁ ଅନୁରୋଧ କରାଯାଇଛି । ପୂର୍ବରୁ ମଧ୍ୟ ବରିଷ୍ଠ କଂଗ୍ରେସ ନେତା ଏବଂ ରାଜ୍ୟସଭା ସଦସ୍ୟ ଗୁଲାମନବୀ ଆଜାଦ  କଶ୍ମୀର ଗସ୍ତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କୁ ଜମ୍ମୁ ବିମାନବନ୍ଦରରେ ଅଟକ ରଖାଯାଇ ଦିଲ୍ଲୀ ଫେରାଇ ଦିଆଯାଇଥିଲା ।

ପଢନ୍ତୁ: ଏୟାର୍ ଇଣ୍ଡିଆକୁ ତେଲ ଦେବାକୁ ମନାକଲେ ତୈଳ କମ୍ପାନୀ

Related posts

ରାହୁଲ ବିରୋଧୀ ବୟାନ ଦେଇଥିବା ବିଏସପି ନେତାଙ୍କୁ ବହିଷ୍କୃତ କଲେ ମାୟାବତୀ

ENO Beuro

ମୋଦିଙ୍କ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ ୩ ଜଣଙ୍କୁ ସ୍ଥାନ ମିଳିବା ସମ୍ଭାବନା

Ratnamani Moharana

ତକିଆ-ଚାଦର ନେଇ ବିଧାନସଭାରେ ରାତ୍ରିଯାପନ କଲେ କର୍ଣ୍ଣାଟକ ବିଧାୟକ

Ratnamani Moharana

1 comment

Leave a Comment