News

ଆମେଥିରୁ ହାରିଲେ ୱାଇନାଡ ଆସନରୁ ଜିତିଲେ ରାହୁଲ ଗାନ୍ଧି

Rr

ଆମେଥିରୁ ହାରିଲେ ରାହୁଲ

 

ଉତ୍ତର ପ୍ରଦେଶର ଆମେଠିରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ  ତାଙ୍କ ପାରମ୍ପରିକ ଆସନ ଆମେଥିରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଙ୍କଠାରୁ ହାରି ଯାଇଛନ୍ତି। ଉତ୍ତର ପ୍ରଦେଶ ଆମେଠି  ନିଜ ଗଡ଼ ହୋଇଥିଲେ ମଧ୍ୟ ରାହୁଲ ଗାନ୍ଧି ପରାଜୟ ହୋଇଛନ୍ତି। ଏମିତିକି ରାଏବରେଲି ଆସନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଆସନରେ କଂଗ୍ରେସ ହାରିଛି।

 

ଓାୟନାଡ଼ରୁ ରେକର୍ଡ ଭୋଟରେ ଜିତିଲେ

ଚଳିତଥର ଦୁଇଟି ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିର୍ବାଚନ ଲଢ଼ୁଥିବାରୁ ସଂସଦକୁ ଯିବା ପାଇଁ ସକ୍ଷମ ହୋଇଛନ୍ତି। ନିଜ ଗଡ଼ ଉତ୍ତର ପ୍ରଦେଶ ଆମେଠି ଲୋକସଭା ଆସନରେ ରାହୁଲ ଗାନ୍ଧି ହାରିଛନ୍ତି। ହେଲେ କେରଳ ୱାଇନାଡ ଆସନରୁ ଜିତିବାରେ ସକ୍ଷମ ହୋଇଛନ୍ତି। ଫଳରେ ସଂସଦକୁ ଯିବା ପାଇଁ ତାଙ୍କର ରାସ୍ତା ପକ୍କା ହୋଇଛି।

ସାମ୍ବାଦିକମାନଙ୍କୁ ଉଦବୋଧନ ଦେଇ ରାହୁଲ କହିଛନ୍ତି, ଏହି ନିର୍ବାଚନ ଦୁଇଟି ବିଚାରଧାରାର ଲଢ଼େଇ ଥିଲା। ଆମେ ଦୁଇଜଣ ଦୁଇଟି ପୃଥକ ଚିନ୍ତାଧାରାର ବ୍ୟକ୍ତି। ଏହା ମାନିବାକୁ ମଧ୍ୟ ହେବ ଚଳିତ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ବିଜୟ ହୋଇଛି। ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି।

ପଢନ୍ତୁ: ବିଜେପିର ସଫଳତା ଦେଖି ବିଦେଶରୁ ଛୁଟିଲା ଶୁଭେଚ୍ଛାର ସୁଅ

Related posts

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୪୫ ପ୍ରକଳ୍ପକୁ ୨୩.୭୨ କୋଟି ମଞ୍ଜୁର

ENO Beuro

୨୦୧୮ ବଜେଟ୍ :କୃଷକଙ୍କଠୁ ନେଇ ଚାକିରିଆଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ ସୁହାଇବ ଜେଟଲୀଙ୍କ ଉପହାର

ENO Beuro

ମେଡିକାଲ ଛାତ୍ର ସୋହେଲଙ୍କ ନିଖୋଜ ଘଟଣା : ଦିଲ୍ଲୀ ଗଲା ୩ ଜଣିଆ ଟିମ୍‌

ENO Beuro

Leave a Comment