POLITICALS

ରାହୁଲ ଦେଶର ସବୁଠୁ ବଡ ବୋକା:କେସିଆର

kcr

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦେଶର ସବୁଠୁ ବଡ଼ ବୋକା କହିଛନ୍ତି ତେଲଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ)ର ଅଧ୍ୟକ୍ଷ କେ ଚନ୍ଦ୍ର ଶେଖର ରାଓ(କେସିଆର)। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ କେସିଆର କହିଲେ ଯେ ସଂସଦର ଗତ ଅଧିବେଶନରେ ରାହୁଲ୍‍ ଗାନ୍ଧି ଯେଭଳି ଢଙ୍ଗରେ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କଲେ ଓ ଆଖି ମାରିଲେ ତାହା ସମଗ୍ର ଦେଶବାସୀ ଦେଖିଛନ୍ତି। ସେଥିରୁ ତାଙ୍କ ନିର୍ବୋଧତା ପ୍ରମାଣିତ ହେଉଛି। ତେଲେଙ୍ଗାନାରେ ରାହୁଲ୍‍ଙ୍କ ନିର୍ବାଚନୀ ପ୍ରଚାର ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ କେସିଆର କହିଲେ କଂଗ୍ରେସର ଦିଲ୍ଳୀ ସାମ୍ରାଜ୍ୟକୁ ରାହୁଲ୍‍ ଉତ୍ତରାଧିକାରୀ ସୂତ୍ରରେ ପାଇଛନ୍ତି।

kcr

କେସିଆର କଂଗ୍ରେସକୁ ତେଲଙ୍ଗାନା ପାଇଁ ସବୁଠୁ ଖଳନାୟକ ଆଖ୍ୟା ଦେଇ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏହି ଦେଶର ସବୁଠୁ ବଡ଼ ବୋକା। ସେ ଯେତେ ଥର ଏଠାକୁ ଆସିବେ ଆମେ ସେହି ପରିମାଣରେ ଏଠାରେ ଜିତିବୁ। କେସିଆର ୧୧୯ ସିଟ୍ ଆସନ ବିଶିଷ୍ଟ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ୧୦୫ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ଜାରି କରିଛନ୍ତି। ଏହା ସହିତ ଦୃଢତାର ସହ କହିଛନ୍ତି ଯେ ଡିସେମ୍ବର ୫ ପର‌୍ୟ୍ୟନ୍ତ ସେ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେବେ। ମାତ୍ର ସବୁଠୁ ଖାସ୍ କଥା ଏହା ଯେ ଟିଆରଏସ ପକ୍ଷରୁ ସେହି ସିଟରେ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ ଯେଉଁଠି ବିଜେପି ବିଧାୟକ ଅଛନ୍ତି।

ପଢନ୍ତୁ;ସେପ୍ଟେମ୍ବର ୧୫ରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ

Related posts

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କଲେ ସୌମ୍ୟରଂଜନ ,ପ୍ରଶାନ୍ତ ଓ ଅଚ୍ୟୁତ

ENO Beuro

ପଦ୍ମ ଧରିବେ ଅପରାଜିତା ଷଡ଼ଙ୍ଗୀ !

ENO Beuro

ଆଜିଠୁ ଆରମ୍ଭ ‘ମୁଁ ନବୀନଙ୍କ ପାଇଁ କହୁଛି’ ଅଭିଯାନ: ଡ. ଅମର ପଟ୍ଟନାୟକ କଲେ ଶୁଭାରମ୍ଭ

Ratnamani Moharana

Leave a Comment