POLITICALS

ଜନତାଙ୍କୁ ରାହୁଲଙ୍କ ପ୍ରତିଶ୍ରୁତି: ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନାରେ ପ୍ରତି ବର୍ଷରେ ପାଇବେ ୭୨ ହଜାର

ନିର୍ବାଚନ ପୁର୍ବରୁ ରାହୁଲ ଖେଳିଲେ ଗରିବ କାର୍ଡ “ପିଏମ କିଷାନକୁ କପି’ କରି “ମନରେଗା ପାର୍ଟ-୨’ ଗଢିଲେ..

ନିର୍ବାଚନ ପୁର୍ବରୁ ଦେଶବାସୀ ତଥା ଗରିବ ଜନ ସାଧାରଣଙ୍କ ଭୋଟ ହାତେଇବା ପାଇଁ ସେମାନଙ୍କୁ ପ୍ରଲୋଭିତ କରିବାକୁ ଯାଇ କଂଗ୍ରେସ  ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ବଡ ଧରଣର ସ୍କିମ ଆଜି ଘୋଷଣା କରିଛନ୍ତି । ଦେଶର ସବୁଠୁ ଅଧିକ ଗରିବ ୨୦ ପ୍ରତିଶତ ଲୋକଙ୍କୁ ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନାରେ ବାର୍ଷିକ ୭୨ ହଜାର ଟଙ୍କା ଦେବା ଲାଗି ଘୋଷଣା କରିଛନ୍ତି ରାହୁଲ। କଂଗ୍ରେସ ଏହି ଯୋଜନାର ନାଁ ରଖିଛି ନ୍ୟାୟ (NYAY) |

ଦଳ କ୍ଷମତାକୁ ଆସିଲେ ଏଭଳି ପରିବାରକୁ ମାସିକ ୬ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଆଜି କଂଗ୍ରେସର କାର୍ଯ୍ୟକାରିଣୀ  ବୈଠକରେ ଏହି ଘୋଷଣା କରାଯାଇଛି। ଏହାଦ୍ୱାରା ଦେଶର ୫ କୋଟି  ପରିବାରର ୨୫ କୋଟି ଗରିବ ଲୋକ ଉପକୃତ ହେବେ ଏବଂ ଏହି ଯୋଜନାରେ ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଯିବ ବୋଲି ରାହୁଲ କହିଛନ୍ତି।

ପଢନ୍ତୁ: ଭାରତୀୟ ବାୟୁସେନାର ସାମିଲ ହେଲା ‘ଚିନୁକ୍ ହେଲିକପ୍ଟର’

Related posts

କାନ୍ଦିଲେ କୁମାରସ୍ୱାମୀ; କହିଲେ ‘ମେଣ୍ଟ ସରକାର ଚଳାଇବା ବହୁତ କଷ୍ଟଦାୟକ’

ENO Beuro

ଓଡିଶାର ବିକାଶରେ ବାଧା ଆଣୁଛି ବିଜେଡ଼ି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Ratnamani Moharana

ପଦ୍ମ ଧରିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

ENO Beuro

Leave a Comment