POLITICALS

ପରାଜୟର ଆଘାତକୁ ଭୁଲିପାରୁ ନାହାନ୍ତି ରାହୁଲ, ଇସ୍ତଫା ଜିଦରେ ଅଟଳ

Untitled 1

ପରାଜୟର ଆଘାତକୁ ଭୁଲିପାରୁ ନାହାନ୍ତି ରାହୁଲ ଗାନ୍ଧି  । ସମସ୍ତ ସାଂସଦ ମିଶି ମଧ୍ୟ ରାହୁଲଙ୍କୁ ବୁଝାଇ ପାରିଲେ ନାହିଁ । ଏବେ ବି ନିଜ ଜିଦ୍‌ରେ ଅଟଳ ରାହୁଲ ଗାନ୍ଧି ।କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବେ ଜିଦରେ ଅଟଳ ଅଛନ୍ତି ।  କଂଗ୍ରେସର ୫୧ ସାଂସଦଙ୍କ ଅନୁରୋଧକୁ ରାହୁଲ ମାନିବାକୁ ପ୍ରସ୍ତୁତ ନାହାନ୍ତି।  ଏହାକୁ ନେଇ ଦିଲ୍ଲୀରେ ଆଜି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି।  ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଯୋଗ ଦେଇଥିଲେ । ରାହୁଲ ସମସ୍ତ ସାଂସଦଙ୍କୁ କହିଛନ୍ତି ସେ ଆଉ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବେ ନାହିଁ । କଂଗ୍ରେସ ସାଂସଦ ଶଶୀ ଥରୁର କିନ୍ତୁ ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବା ନେଇ ଯୁକ୍ତି ଦର୍ଶାଇଛନ୍ତି ।

 

ପ୍ରକାଶ ଯେ, ଲୋକସଭା ନିର୍ବାଚନରେ କଂଗ୍ରେସ 52ଟି ଆସନରେ ବିଜୟୀ ହୋଇଥିଲା । ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ବାକି 51ଜମ ସାଂସଦ ଯୋଗ ଦେଇଥିଲେ । ସୂଚନା ଥାଉ କି, ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଅଧ୍ୟକ୍ଷ ପଦରୁ ଓହରିବା ନେଇ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ରାହୁଲ ଗାନ୍ଧି ।

ପଢନ୍ତୁ: ଜଗା ପାଇଁ କାକଟପୁରରୁ ଆସିଲା ଫଳଭାର

Related posts

ବରଗଡ ଗ୍ରସ୍ତରେ ଶାସକ ଦଳ ଉପରେ ବର୍ଷିଲେ ରାହୁଲ: ରାଜ୍ୟ ଓ କେନ୍ଦ୍ର ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

Ratnamani Moharana

ଇମରାନଙ୍କ ମୋଦିଙ୍କ ସପକ୍ଷରେ ବୟାନ ମୋଦିଙ୍କ ପାଇଁ ବଢାଇଲା ସମସ୍ୟା

Ratnamani Moharana

କାମଚଳା ବାଚସ୍ପତି ହେଲେ ବରିଷ୍ଠ ବିଜେପି ନେତା ସନ୍ତୋଷ ଗଙ୍ଗୱାର

Ratnamani Moharana

Leave a Comment