POLITICALS

ବରଗଡ ଗ୍ରସ୍ତରେ ଶାସକ ଦଳ ଉପରେ ବର୍ଷିଲେ ରାହୁଲ: ରାଜ୍ୟ ଓ କେନ୍ଦ୍ର ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

rahul gandhi

ଓଡିଶା ଗସ୍ତରେ ଆସି ବରଗଡ ସରସରା ଗାଁରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ ଯୋଗଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।  ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ରାହୁଲଙ୍କ ଓଡିଶା ଗସ୍ତ କଂଗ୍ରେସ କର୍ମୀଙ୍କ ମନୋବଳକୁ ବୃଦ୍ଧି କରିଛି । ସେ କହିଛନ୍ତି ନବୀନ ସରକାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ତାହା ପୂରଣ କରିପାରିନାହାନ୍ତି। ବରଗଡକୁ ଓଡିଶାର ଭାତହାଣ୍ଡି କୁହାଯାଉଥିବାବେଳେ ଏବେ ଏଠାରେ ଚାଷୀ ଆତ୍ମହତ୍ୟା କରୁଛି । ପ୍ରତିଦିନ ଭାରତରେ ଚାଷୀ ଆତ୍ମହତ୍ୟା କରୁଛନ୍ତି।  ଛତିଶଗଡ ସରକାରଙ୍କୁ ଅନୁକରଣ କରିବାକୁ କହିଛନ୍ତି ରାହୁଲ। ଛତିଶଗଡ଼ରେ ଆମେ ଚାଷୀଙ୍କ ପାଇଁ ଋଣ ଛାଡ, କାରଖାନା ପାଇଁ ନିଆଯାଇଥିବା ଜମିରେ ଯଦି ୫ ବର୍ଷରେ କାରଖାନା ନହେଲା ତେବେ ଚାଷୀଙ୍କୁ ଜମି ଫେରସ୍ତ ଓ ଧାନର ଏମଏସପି ୨୫ ଶହ ଟଙ୍କା କରିବାକୁ ପ୍ରତିଶ୍ରୁତି ଦେଇଥିଲୁ  । ତାହା ଆମେ ପୂରଣ କରିଛୁ ।

ସେ ସବୁବେଳେ ମୋଦିଙ୍କୁ ଟାର୍ଗେଟ୍ କରି ଚୌକିଦାର ଚୋର୍ ହୈ କହିଥାନ୍ତି । ଏହାକୁ ନେଇ ମୁମ୍ବାଇରେ ଚୌକିଦାର ସଂଘ ତାଙ୍କ ବିରୋଧରେ ଥାନାରେ ଏତଲା ରୁଜୁ କରିବା ନେଇ ଚେତାବନୀ ଦେଇଛି ।ତେବେ ସେ ବରଗଢ଼ରେ ରାହୁଲ କେବଳ ଚୌକିଦାର କହି ରହିଯାଇଛନ୍ତି ।

ପଢନ୍ତୁ: ସ୍ୱଦେଶୀ ଜାଗରଣ ମଞ୍ଚର ଦାବି: ଚୀନକୁ ମୋଷ୍ଟ ଫେଭର୍ଡ ନେସନ ତାଲିକାରୁ ବାଦ ଦିଆଯାଉ

Related posts

ଡାକ୍ତରଖାନାରେ ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେର

Ratnamani Moharana

ଉଠୁଛି ପଡୁଛି ପାଟକୁରା ନିର୍ବାଚନମଣ୍ଡଳୀ

Ratnamani Moharana

ପ୍ରଦୀପ ମହାରଥୀଙ୍କ ଗୁଣ୍ଡାରାଜ: ପିପିଲି ଫ୍ଲାଇଂ ସ୍କ୍ବାଡ୍ ଏସଏସଟି ଏବଂ ଭିଡିଓ ସର୍ଭିଲାନ୍ସ ଟିମକୁ ଆକ୍ରମଣ

Ratnamani Moharana

Leave a Comment