Loading...

କଂଗ୍ରେସ ସଭାପତି ପଦ ପାଇଁ କର୍ଣ୍ଣାଟକରେ ଭୋଟ ଦେବେ ରାହୁଲ

କଂଗ୍ରେସ ସଭାପତି ପଦ ପାଇଁ କର୍ଣ୍ଣାଟକରେ ଭୋଟ ଦେବେ ରାହୁଲ

ଦୀର୍ଘ ୨୪ ବର୍ଷ ପରେ ଜଣେ ଅଣଗାନ୍ଧି କଂଗ୍ରେସର ସଭାପତି ପଦରେ ବସିବାକୁ ଯାଉଛନ୍ତି। କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ସୋମବାର ଅନୁଷ୍ଠିତ ହେଉଛି। ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା ପରିପ୍ରେକ୍ଷୀରେ କର୍ଣ୍ଣାଟକରେ ଅଛନ୍ତି।

ଦୀର୍ଘ ୨୪ ବର୍ଷ ପରେ ଜଣେ ଅଣଗାନ୍ଧି କଂଗ୍ରେସର ସଭାପତି ପଦରେ ବସିବାକୁ ଯାଉଛନ୍ତି। କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ସୋମବାର ଅନୁଷ୍ଠିତ ହେଉଛି। ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା ପରିପ୍ରେକ୍ଷୀରେ କର୍ଣ୍ଣାଟକରେ ଅଛନ୍ତି। ତେଣୁ ବେଲାରିର ସାଙ୍ଗନାକାଲୁରେ ଭାରତ ଯୋଡ଼ୋ ‌ଯାତ୍ରାର କ୍ୟାମ୍ପ ନିକଟରେ ରାହୁଲ ‌ଭୋଟ ଦେବେ ବୋଲି କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ ସୂଚନା ଦେଇଛନ୍ତି। ରାହୁଲଙ୍କ ସମେତ ୪୦ ଜଣ ଭୋଟ ଦେବେ। ଉକ୍ତ ନିର୍ବାଚନର ଫଳ ୧୯ ତାରିଖରେ ପ୍ରକାଶ ପାଇବ। କଂଗ୍ରେସ ସଭାପତି ପାଇଁ ତିରୁଅନନ୍ତପୁରମ ସାଂସଦ ଶଶୀ ଥରୁର ଏବଂ କର୍ଣ୍ଣାଟକର ବରିଷ୍ଠ ‌କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ପ୍ରତିଯୋଗିତା କରୁଛନ୍ତି। ବିଭିନ୍ନ ରାଜ୍ୟରେ ଥିବା ପାଖାପାଖି ୯୦୦୦ ଭୋଟରଙ୍କୁ ଭେଟି ଉଭୟ ନେତା ସେମାନଙ୍କ ପ୍ରଚାର କରିଛନ୍ତି। କୌଣସି ପ୍ରାର୍ଥୀଙ୍କୁ ଗାନ୍ଧି ପରିବାର ବିଶେଷ ଭାବେ ସମର୍ଥନ କରୁ ନାହାନ୍ତି ବୋଲି ଶଶୀ କହିଥିଲେ ମଧ୍ୟ ବରିଷ୍ଠ କଂଗ୍ରେସ ନେତା ଏବଂ ପିସିସି ମୁଖ୍ୟମାନେ ତାଙ୍କ ପ୍ରତି ପାତରଅନ୍ତରମୂଳକ ଆଚରଣ ଦେଖାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.