SPORTS

୩ ୱିକେଟରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ: ରାହୁଲଙ୍କ ଶତକ ଫିକା

ଘରୋଇ ମୁମ୍ବାଇ ଇଣ୍ଡିଆନ୍ସv ଓ କିଙ୍ଗସ ଏକାଦଶ ପଞ୍ଜାବ  ମଧ୍ୟରେ ଅନୁଷ୍ଠିତ ଆଇପିଏଲ ମୁକାବିଲରେ ଘରୋଇ ଦଳ ୩ ୱିକେଟରେ ହରାଇଛି କିଙ୍ଗସ ପଞ୍ଜାବକୁ। ଏହି ମ୍ଯାଚରେ ପ୍ରଥମେ ବ୍ୟାଟିଂ କରି କିଙ୍ଗସ ଏକାଦଶ ୭ ୱିକେଟ ହରାଇ ବିଜଯ   ହାସଲ କରି ନେଇଥିଲା। ଏହି ମ୍ୟାଚରେ ଲୋକେଶ ରାହୁଲଙ୍କ ପ୍ରଥମ ଶତକ ଓ କ୍ରିସ ଗେଲଙ୍କ ଅର୍ଦ୍ଧଶତକ ବଳରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୯୭ ରନ୍   କରିଛି।

୧୯୮ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ୧୪୯ ରନ୍‌ରେ ମୁମ୍ବାଇର ୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ସାରିଥିବା କିଙ୍ଗ୍ସ ଏକାଦଶ ପଞ୍ଜାବ ପୋଲାର୍ଡ   (୮୩ ରନ୍, ୩୧ ବଲ୍, ୩ ଚୌକା, ୧୦ ଛକା)ଙ୍କ ଧମାକା ପାଇଁ ଶେଷରେ ୩ ୱିକେଟ୍‌ର ଦୁଃଖଦ ପରାଜୟ ବରଣ କରିଥିଲା। ଲୋକେଶ ରାହୁଲଙ୍କ ପ୍ରଥମ ଆଇପିଏଲ୍ ଶତକ ସହ ମହମ୍ମଦ ସାମି (୪-୦-୨୧-୩)ଙ୍କ ଶାଣିତ ବୋଲିଂ ମଧ୍ୟ ମୁମ୍ବାଇର କାମଚଳା ଅଧିନାୟକ କିରଣ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଫିକା ପଡ଼ିଯାଇଥିଲା। ଆଶାଜନକ ଭାବେ ସେ ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।
ପଢନ୍ତୁ: ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ହରାଇଲା କିଙ୍ଗସ୍‌ ଇଲେଭେନ୍ ପଞ୍ଜାବ

Related posts

ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କ ନୂଆ ରେକର୍ଡ 

ENO Beuro

ଷ୍ଟିଫେନ୍‌ କନଷ୍ଟାଣ୍ଟାଇନଙ୍କ ଇସ୍ତଫା

ENO Beuro

ଫୋର୍ବସ ଧନୀ ଖେଳାଳି ତାଲିକା: ଶ୍ରେଷ୍ଠ ୧୦୦ରେ କୋହଲି ଏକମାତ୍ର କ୍ରିକେଟର୍

ENO Beuro

Leave a Comment