EnewsOdia.Com

‘କଳ୍‌କୀ ଭଗବାନ’ଙ୍କ କଳା ରୂପ, ୪୦୯ କୋଟି ଟଙ୍କା, ୮୮କିଲୋ ସୁନା ଜବତ

ଆତ୍ମଘୋଷିତ ଆଧ୍ୟାତ୍ମିକ ଗୁରୁ ‘କଳ୍‌କୀ ଭଗବାନ’ଙ୍କ ଆଶ୍ରମ ସମେତ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢ଼ଉରୁ ୪୦୯ କୋଟି ଟଙ୍କାର ହିସାବ ବହିର୍ଭୂତ ଟଙ୍କା ଜବତ କରାଯାଇଛି। ଏହି ତଥାକଥିତ ଆଧ୍ୟାତ୍ମିକ ଗୁରୁଙ୍କୁ ସମସ୍ତେ ‘କଲ୍‌କି ଭଗବାନ’ ନାଁରେ ଜାଣନ୍ତି। ନିଜକୁ ‘କଲ୍‌କି ଭଗବାନ’ କହୁଥିବା ଏହି ଆଧ୍ୟାତ୍ମିକ ଗୁରୁଙ୍କ ଆଶ୍ରମରେ ଆୟକର ବିଭାଗ ପକ୍ଷରୁ ରେଡ୍‌ କରାଯାଇ ଏତେ ଟଙ୍କାର ଅଘୋଷିତ ସମ୍ପତ୍ତି ଜବତ କରାଯାଇଛି। ଆୟକର ବିଭାଗ ପକ୍ଷରୁ ଗତ ତିନି ଦିନ ଧରି କଳ୍‌କୀ ଓ ତାଙ୍କ ପୁଅ ଏନ୍‌ଭିକେ କୃଷ୍ଣାଙ୍କ ନାମରେ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ତାମିଲନାଡ଼ୁର ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ଉପରେ ଚଢ଼ଉ ଚାଲିଥିଲା। ଚେନ୍ନଇ, ହାଇଦରାବାଦ, ଚିତ୍ତୋର ଏହାର ନିକଟ ବରଦୟାପାଲେମ୍‌ ତଥା ବେଙ୍ଗାଲୁରୁ ସମେତ ୪୦ଟି ସ୍ଥାନରେ ଏହି ଚଢ଼ଉ ହୋଇଥିଲା।

ଏଥି ମଧ୍ୟରେ ବିପୁଳ ପରିମାଣ ବିଦେଶୀ ମୁଦ୍ରା  ରହିଥିବା କୁହାଯାଇଛି। ପ୍ରାୟ ୧୦କୋଟି ଟଙ୍କାର ଆମେରିକୀୟ ଡଲାର ସମେତ ୨୬କୋଟି ଟଙ୍କା ମୂଲ୍ୟର ୮୮କିଲୋ ସୁନା ଓ ୫କୋଟି ଟଙ୍କା ମୂଲ୍ୟର ୧୨୭୧କରାଟ ହୀରା ଅଳଙ୍କାର ଜବତ ହୋଇଛି। ଏକାଧିକ ସ୍ଥାନରେ ଥିବା ଆଶ୍ରମରେ ଦାନ ଓ ଦକ୍ଷିଣା ଆକାରରେ ତଥା ଜମି କାରବାରରୁ ଆୟ ହେଉଥିବା ବିପୁଳ ଟଙ୍କାକୁ ବ୍ୟାଙ୍କରେ ଜମା  କରା ନ ଯାଇ ଅନ୍ୟତ୍ର ଆଶ୍ରମ କର୍ମଚାରୀଙ୍କ ହେପାଜତରେ ରଖାଯାଉଥିଲା। ଅଶ୍ରମର ଅଘୋଷିତ ଆୟ ପରିମାଣ ୫୦୦କୋଟି ଟଙ୍କାରୁ ଅଧିକ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି।

ପଢନ୍ତୁ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ ବିସ୍ମୟ ବାଳିକା ଦୀପ୍ତି ଶର୍ମା

ସମ୍ବନ୍ଧିତ ଖବର

ଫୋନ୍‌ରେ କଥା ହେଲେ ଗ୍ରାହକଙ୍କୁ ମିଳିବ ଟଙ୍କା

Ratnamani Maharana

ଜିଓର ଧମାକାଦାର ‘ଅଲ୍‌-ଇନ-ୱାନ’ ପ୍ଲାନ୍

Ratnamani Maharana

ଭୁବନେଶ୍ବର ୟୁନିଟ-୨ରେ ଭଙ୍ଗା ହେଲା ୮୮ ଦୋକାନ

Ratnamani Maharana

OYO ରୁମ୍‌ ଫାଉଣ୍ଡର ରିତେଶ ଅଗ୍ରଓ୍ବାଲଙ୍କ ନାଁରେ ଠକେଇ ମାମଲା

Ratnamani Maharana

୨୮ ତାରିଖରେ ବାତ୍ୟା ନେଇ ସୋସିଆଲ ମିଡିଆରେ ଗୁଜବ

Ratnamani Maharana

ପୁରୀ ଜିଲ୍ଲା କାରାଗାରରେ ଫୋନ୍ କଲ୍ ପିଛା ୧୦୦ ଟଙ୍କା

Ratnamani Maharana