• Home
  • News
  • ରେଲୱେ କ୍ରୀଡ଼ାବିତଙ୍କ ପାଇଁ ନୂତନ ପଦୋନ୍ନତି ନୀତିକୁ ପିୟୁଷ ଗୋଏଲଙ୍କ ମଞ୍ଜୁରି
News

ରେଲୱେ କ୍ରୀଡ଼ାବିତଙ୍କ ପାଇଁ ନୂତନ ପଦୋନ୍ନତି ନୀତିକୁ ପିୟୁଷ ଗୋଏଲଙ୍କ ମଞ୍ଜୁରି

ରେଲୱେ କ୍ରୀଡ଼ାବିତ ଓ କୋଚମାନେ ଅଫିସର ରାଙ୍କକୁ ପଦୋନ୍ନତି ପାଇବେ

କେନ୍ଦ୍ର ରେଳ, କୋଇଲା, ଅର୍ଥ ଓ କମ୍ପାନି ବ୍ୟାପାର ମନ୍ତ୍ରୀ ପିୟୁଷ ଗୋୟଲ  ରେଲୱେ କ୍ରୀଡ଼ାବିତଙ୍କ ପାଇଁ ଏକ ନୂତନ ପଦୋନ୍ନତି ନୀତିକୁ ମଞ୍ଜୁରି ଦେଇଛନ୍ତି । ଅଲିମ୍ପିକ୍ସରେ ପଦକ/ସ୍ଥାନ ପାଇଥିବା କ୍ରୀଡ଼ାବିତମାନଙ୍କ ସହ ଏବେ ପଦ୍ମଶ୍ରୀ ପାଇଥିବା ଖେଳାଳି ଓ କୋଚମାନଙ୍କୁ ମଧ୍ୟ ଅଫିସର ରାଙ୍କକୁ ପଦୋନ୍ନତି ମିଳିବ।

କ୍ରୀଡ଼ାବିତମାନଙ୍କ ପ୍ରତିଭାକୁ ସ୍ୱୀକୃତି ଜଣାଇ ଏବେ ଅଲିମ୍ପିକ୍ସରେ ଦୁଇ ଥର ଖେଳିଥିବା ଏବଂ ଏସିଆନ ଗେମ୍ସ/ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ବିଜେତାଙ୍କୁ ଏବେ ଅଫିସର ରାଙ୍କକୁ ପଦୋନ୍ନତି ଦେବାକୁ ନିଷ୍ପତ୍ତି ହୋଇଛି । ସେହିପରି ଅର୍ଜୁନ/ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ବିଜୟୀ ହୋଇଥିବା ଖେଳାଳିଙ୍କୁ ମଧ୍ୟ ମିଳିବ ପଦୋନ୍ନତି।

ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇଥିବା କୋଚମାନଙ୍କ ପ୍ରତିଭାକୁ ମଧ୍ୟ ସ୍ୱୀକୃତି ଦିଆଯିବ । ଅଲିମ୍ପିକ୍ସ ଗେମ୍ସ/ଏସିଆନ ଗେମ୍ସ/ବିଶ୍ୱ କପ୍/ବିଶ୍ୱ ଚାମ୍ପିଅନସିପ୍/ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆଦି ଅତି କମରେ ତିନି ଥର ପଦକ ବିଜୟୀ ଦକ୍ଷତା ପ୍ରଦର୍ଶନ କରିଥିବା କିମ୍ବା ଅଲିମ୍ପିକ୍ସ ଗେମ୍ସରେ ଗୋଟିଏ ପଦକ ପାଇଥିବା ଖେଳାଳିଙ୍କ କୋଚଙ୍କୁ ମଧ୍ୟ ଅଫିସର ଭାବେ ପଦୋନ୍ନତି ଦେବାକୁ ନିଷ୍ପତ୍ତି ହୋଇଛି ।

ପଦୋନ୍ନତିରେ ଏହି କୋହଳ ନିୟମ ରେଳବାଇର ଦେଶରେ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କ ପ୍ରତି ଥିବା ପ୍ରତିବଦ୍ଧତାକୁ ଦୋହରାଉଛି।

୨୦୧୮ଏପ୍ରିଲରେ ନ୍ୟାସନାଲ ରେଳ ମ୍ୟୁଜିୟମରେ ରେଲୱେ ସ୍ପୋର୍ଟ୍ସ ପ୍ରମୋସନ ବୋର୍ଡ ପକ୍ଷରୁ ୨୦୧୮ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ବିଜେତାମାନଙ୍କୁ ସମ୍ମାନିତ କରିବାକୁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ପିୟୁଷ ଗୋୟଲ ଘୋଷଣା କରିଥିଲେ ଯେ ଶୀଘ୍ର ରେଳବାଇ ପକ୍ଷରୁ ନୂତନ ପଦୋନ୍ନତି ନୀତି ଘୋଷଣା କରାଯିବ । ଯାହାକି କ୍ରୀଡ଼ାବିତମାନଙ୍କ ଯଥୋଚିତ ଦାବିକୁ ପୂରଣ କରିପାରିବ।

ରେଲୱେ ରେଲୱେ କ୍ରୀଡ଼ାବିତଙ୍କ ପାଇଁ ନୂତନ ପଦୋନ୍ନତି ନୀତିକୁ ପିୟୁଷ ଗୋଏଲଙ୍କ ମଞ୍ଜୁରି piyus

ପଢନ୍ତୁ; ପ୍ରଚୁର ଟଙ୍କା ରୋଜଗାର ପରେ ବି ଘରେ ଅଶାନ୍ତି ଲାଗିରହୁଛି? ଜାଣନ୍ତୁ ଏହାର କାରଣ

Related posts

ଗଣ୍ଠି ଯନ୍ତ୍ରଣା ପାଇଁ ଲେମ୍ବୁ ଚୋପା କେତେ ଉପକାରୀ ଆସନ୍ତୁ ନଜର ପକେଇବା

Krishna Kumar Manoj

ଦୁଇ ସାମ୍ୱାଦିକଙ୍କୁ ୭ ବର୍ଷ ଜେଲ୍‌

Krishna Kumar Manoj

ଆସନ୍ତା ଦୁଇମାସ ଭିତରେ ବଢିବ ଫ୍ରିଜ୍‌ ଏବଂ ଏସିର ମୂଲ୍ୟ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More