News

ରେଳ ଦୁର୍ଘଟଣାକୁ ରୋକିବା ପାଇଁ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଙ୍କ ନିସ୍ପତି, ୧ ଲକ୍ଷ କର୍ମଚାରୀ ନିଯୁକ୍ତି ହେବେ

ରେଳ ଦୁର୍ଘଟଣାକୁ ରୋକିବା ପାଇଁ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନୂଆ ନିସ୍ପତି, ୧ ଲକ୍ଷ କର୍ମଚାରୀ ନିଯୁକ୍ତି ହେବେ

ଗତ କିଛିଦିନର ଲଗାତାର ରେଳ ଦୁର୍ଘଟଣା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହେଇଛି । ଏହି ସମସ୍ୟାର ସମାଧାନ ନିମନ୍ତେ ନୂଆ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଙ୍କ ନୂଆ ନିସ୍ପତି । ଯାତ୍ରୀଙ୍କ ସୁରକ୍ଷା, ସୁବିଧା ଓ ଲଗାତାର ଟ୍ରେନ୍ ଦୁର୍ଘଟଣାକୁ ସୁଧାରିବା ପାଇଁ ପ୍ରାୟ ୧ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ନେଇ ପ୍ରସ୍ତାବ ରଖିଛନ୍ତି ।

ଗତ କିଛି ବର୍ଷ ଧରି ବନ୍ଦ ଥିବା ସୁରକ୍ଷା କ୍ୟାଟେଗୋରୀରେ ଏବେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି ନୂଆ ରେଳମନ୍ତ୍ରୀ ପୀୟୁଷ ଗୋୟଲ । ରବିବାର ରେଲୱେ ବୋର୍ଡ ଓ ଜୋନାଲ୍ ମହାପ୍ରବନ୍ଧକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରି ଏହି ଐତିହାସିକ ନିଷ୍ପତି ନେଇଛନ୍ତି ପୀୟୁଷ ଗୋୟଲ ।

ବୈଠକରେ ମହାନିର୍ଦ୍ଦେଶକ କହିଛନ୍ତି ସୁରକ୍ଷା ବର୍ଗରେ ଜୁନିୟର୍ ଏବଂ ସିନିୟର୍ ସେକ୍ସନ୍ ଇଞ୍ଜିନିୟର୍ ଶତ ପ୍ରତିଶତ ଭତ୍ତିକୁ ନେଇ ନିଷ୍ପତି ନିଆଯାଇଛି । ଆଗାମୀ ୩ ମାସ ଭିତରେ ବଡ ସଂଖ୍ୟାରେ ସହାୟକ ଷ୍ଟେସନ୍ ମାଷ୍ଟର୍ ତଥା ଗାର୍ଡ ପଦରେ ନିୟୁକ୍ତି ନିଆଯିବ । ଏହା ସହ ଗ୍ରୁପ୍ ସିରେ ୫୦ ପ୍ରତିଶତ ପଦରେ ରେଲୱେ ନିଯୁକ୍ତି ବୋର୍ଡ ମାଧ୍ୟମରେ ନିଯୁକ୍ତି ଦିଆଯିବ । ଏହା ବାଦ୍ ଗ୍ରୁପ୍ ଡିରେ ମଧ୍ୟ ନିଯୁକ୍ତି ଦିଆଯିବ । ତେବେ ସବୁଠାରୁ ବଡ କଥା ହେଉଛି ସୁରକ୍ଷା କ୍ୟାଟେଗୋରୀରେ କର୍ମଚାରୀଙ୍କ ଅଭାବ ଦୂର ପାଇଁ ଚୁକ୍ତି ଆଧାରରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବା ନେଇ ମଧ୍ୟ ନିଷ୍ପତି ନିଆଯାଇଛି ।

ରେଳ ମନ୍ତ୍ରୀ ଭାବରେ ପୀୟୁଷ ଗୋୟଲ ନିଷ୍ପତି ଉପରେ ନିଷ୍ପତି ନେଇ ଚାଲିଛନ୍ତି ପୀୟୁଷ । ଗତ କିଛି ଦିନ ଭିତରେ ଏମିତି ଅନେକ ନିଷ୍ପତି ନେଇସାରିଛନ୍ତି ଯାହା ଦୀର୍ଘ ଦିନ ପଡି ରହିଥିଲା । ରେଳମନ୍ତ୍ରୀ ଟ୍ରେନର ଆରକ୍ଷିତ ଶ୍ରେଣୀରେ ଶୋଉଥିବା ଯାତ୍ରୀଙ୍କ ସମୟରେ ପରିବର୍ତ୍ତନ କରିଦେଇଛନ୍ତି । ଯାତ୍ରୀମାନଙ୍କର ସୁବିଧା ନିମନ୍ତେ, ତଳ ଏବଂ ମଝି ବର୍ଥରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଶୋଇବା ସମୟରେ ୧ଘଂଟା କଟା ଯାଇଛି । ଯାତ୍ରୀମାନେ ରାତି ୧୦ ରୁ ସକାଳ ୬ ଜାକେ ଶୋଇପାରିବେ ।

ଗତ ମାସରେ ଉତ୍ତରପ୍ରଦେଶରେ ଦୁଇଟି ଲଗାତାର ଟ୍ରେନ୍ ଦୁର୍ଘଟଣା ଯୋଗୁଁ ଭାରତୀୟ ରେଳ ବିଭାଗରେ ଅନେକ ପରିବର୍ତ୍ତନ କରାଯାଇଛି । ରେଲୱେ ବୋର୍ଡର ଚେୟାରମ୍ୟାନ୍ ଏ କେ ମିତ୍ତଲଙ୍କୁ ପଦରୁ ହଟାଯାଇ ଅଶ୍ୱିନୀ ଲୋହାନୀଙ୍କୁ ପଦ ଭାର ଦିଆଯାଇଛି । ସେହିପରି ମାତ୍ର କିଛି ଦିନ ପରେ ପୀୟୁଷ ଗୋୟଲଙ୍କୁ ରେଳମନ୍ତ୍ରାଳୟର ଭାର ଦିଆଗଲା ।

ରେଳ ଦୁର୍ଘଟଣାକୁ ରୋକିବା ପାଇଁ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନୂଆ ନିସ୍ପତି, ୧ ଲକ୍ଷ କର୍ମଚାରୀ ନିଯୁକ୍ତି ହେବେ

ବିଜୁ ପଟ୍ଟନାୟକ ବିମାନବନ୍ଦର ବିଷୟରେ ଅଧିକ ତଥ୍ୟ ଜାଣନ୍ତୁ

Related posts

ବର୍ଷାରେ ବେହାଲ ହେଲା ଟ୍ୱିନ୍‌ ସିଟି

ENO Beuro

ଆଜି ଉତ୍ତରାଖଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ENO Beuro

ଆସନ୍ତା ୩୧ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ENO Beuro

2 comments

Leave a Comment