News

୧୩ ହଜାରରୁ ଅଧିକ ରେଲଓ୍ବେ କର୍ମଚାରୀ ହେବେ ବହିଷ୍କୃତ

ଛୁଟିରେ ଥିବା କର୍ମଚାରୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ

ରେଲଓ୍ବେର ବିନା ଦରଖାସ୍ତରେ ଦୀର୍ଘ ଦିନ ଛୁଟିରେ ଥିବା କର୍ମଚାରୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ କହିବା ପରେ ଦୀର୍ଘ ଦିନରୁ ଅନୁପସ୍ଥିତ ଥିବା କର୍ମଚାରୀଙ୍କ ଚିହ୍ନଟ ପକ୍ରିୟାରେ କାମ କରୁଛନ୍ତି ଉଚ୍ଚ ସ୍ତରୀୟ ଅଧିକାରୀମାନେ । ପରେ ଜଣା ପଡିଲା ୧୩ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ୧୩,୫୦୦ ରୁ ଅଧିକ ବିନାନୁମତିରେ ଦୀର୍ଘଦିନ ଛୁଟିରେ ଥିବା ଜଣା ପଡିଛି ।

କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ରେଳ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦୀର୍ଘଦିନ ଛୁଟିରେ ରହିଥିବା କର୍ମଚାରୀଙ୍କ ତାଲିକା ମାଗିବାରୁ ଏମିତି କିଛି ତଥ୍ୟ ସାମ୍ନାକୁ ଆସିଛି। ବିଶେଷକରି ଗ୍ରୁପ୍‌ ‘ସି’ ଓ ଗ୍ରୁପ୍‌ ‘ଡି’ର ପାଖାପାଖି ୧୩,୫୦୦ ଜଣରୁ  ଅଧିକ କର୍ମଚାରୀ ବିନା ଦରଖାସ୍ତରେ ବହୁ ଦିନ ହେବ ଅନୁପସ୍ଥିତ ଅଛନ୍ତି । କାର୍ଯ୍ୟରେ ଯୋଗ ନ ଦେଇ ଅନୁପସ୍ଥିତ ରହୁଛନ୍ତି। ରେଳ ବିଭାଗର ସର୍ବମୋଟ ୧୩ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ୧୩,୫୦୦ ଜଣରୁ ଅଧିକ ଅନୁପସ୍ଥିତ ରହିବା ଚିନ୍ତାରେ ପକାଇଛି। ତେବେ ଏମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।

ଏହା ମଧ୍ୟ ନିର୍ଦ୍ଧେଶ ଦେଇଛନ୍ତି ରେଲଓ୍ବେର ବହିଷ୍କାର ନିୟମ ଆଧାରରେ ଅନୁପସ୍ଥିତ ଥିବା କର୍ମଚାରୀଙ୍କୁ ବାଛି ବହୁତ ଶୀଘ୍ର ବହିଷ୍କାର କରାଯିବ ।ତେବେ ରେଲଓ୍ବେର ୧୩ ହଜାରରୁ ଅଧିକ କର୍ମଚାରୀ ଛଟେଇ ହୋଇପାରନ୍ତି ବୋଲି ସୂଚନା ମିଳିଛି।
୧୩ ହଜାରରୁ ଅଧିକ ରେଲଓ୍ବେ କର୍ମଚାରୀ ହେବେ ବହିଷ୍କୃତ Railway

ପଢନ୍ତୁ ;

ଘରର ସୁଖ ସମୃଦ୍ଧି ବଢିବ ପାଇଁ ମହିଳାମାନେ ଏହି କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ

Related posts

ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ

ENO Beuro

ବମିଖାଲ ଓଭରବ୍ରିଜ୍‌ ଭୁଶୁଡିବା ଘଟଣା : ବମିଖାଲ ଫ୍ଲାଏ ଓଭର କାର୍ଯ୍ୟରୁ ହଟିଲା ପଣ୍ଡା ଇନ୍‌ଫ୍ରା

ENO Beuro

ଆପଣ ଖାଉଥିବା ଖାଦ୍ୟ କେତେ ସୁରକ୍ଷିତ ? ଏବେ ନିଜେ ପରିକ୍ଷା କରି ଜାଣିପାରିବେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More