EnewsOdia.Com

ଦିନେ ଲଣ୍ଡା ହେବା ପାଇଁ ୫୦ ହଜାର ଟଙ୍କା ନେଇଥିଲେ ରାଇମୋହନ

 ଓଲିଉଡ୍‌ର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡ଼ା  ଦମ୍‌ଦାର ଅଭିନୟ ଓ ସଂଳାପ କହିବାର ଭୟାନକ ଷ୍ଟାଇଲ୍‌ ଦେଖି ଦର୍ଶକ ଛାତି ଥରିଯାଏ। ଅଭିନୟ କରିବାରେ ଓ ସଂଳାପ କହିବାରେ ତାଙ୍କର ନିଜସ୍ୱ ଷ୍ଟାଇଲ୍ ରହିଛି। ଯାହାକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି। ବିଶେଷ କରି ଖଳନାୟକର ମୃତ୍ୟୁ ବେଳର ଦୃଶ୍ୟରେ ରାଇମୋହନଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରନ୍ତି। ତେବେ ଅଭିନୟ ସହିତ ସେ ନିଜ ଲୁକ୍‌କୁ ବେଶ୍‌ ଗୁରୁତ୍ୱ ଦିଅନ୍ତି। ସିନେମା ଲାଇନ୍‌ ଏସବରୁ ଗୁରୁତ୍ୱ ବି ବହୁତ ଥାଏ। ସେଥିପାଇଁ ତାଙ୍କ ଲୁକ୍‌କୁ ନେଇ ରାଇମୋହନ କେବେ ସାଲିସ୍‌ କରନ୍ତି ନାହିଁ। କିନ୍ତୁ ଦିନେ ଏମିତି ଗୋଟେ ଫିଲ୍ମରେ ତାଙ୍କୁ ଅଭିନୟ କରିବାକୁ ପଡ଼ିଥିଲା ଯେଉଁଥିରେ ତାଙ୍କୁ ଲଣ୍ଡା  ହେବାକୁ କୁହାଯାଇଥିଲା।

ଏହି ଫିଲ୍ମର ନାଁ ଥିଲା ଜୟଶ୍ରୀରାମ୍। ଫିଲ୍ମର ସିନ୍ ଅନୁସାରେ ନିର୍ଦ୍ଦେଶକ ରାଇମୋହନଙ୍କୁ ଲଣ୍ଡା ହେବାକୁ କହିଥିଲେ। କିନ୍ତୁ ଲମ୍ବା କେଶ ରଖିବାକୁ ପସନ୍ଦ କରୁଥିବା ରାଇମୋହନ ଲଣ୍ଡା ହେବା କଥା ଶୁଣି ଅକଳରେ ପଡ଼ିଯାଇଥିଲେ। ପେଶା ଓ ନିଶା ସହିତ ନିଜସ୍ୱ ରୁଚି ଭିତରେ ଧନ୍ଧି ହୋଇଯାଇଥିଲେ ଓଲିଉଡ୍‌ର ରାଇ ଭାଇ। ସେ ପ୍ରଥମେ ଏ ପ୍ରସ୍ତାବରେ ରାଜି ହୋଇ ନଥିଲେ। କିନ୍ତୁ ଚରିତ୍ରର ଡିମାଣ୍ଡ ଅନୁଯାୟୀତାଙ୍କୁ ଲଣ୍ଡା ହେବାକୁ ପଡ଼ିଲା। ତେବେ ଏଥିପାଇଁ ସେ ୫୦ ହଜାର ଟଙ୍କା  ନେଇଥିଲେ ରାଇମୋହନ ପରିଡ଼ା।

ପଢନ୍ତୁ: ବନ୍ଦ ହେବ କି ବିଗ୍‌ବସ୍‌ !

ସମ୍ବନ୍ଧିତ ଖବର

ତିନି ଦିନରେ ୫୦ କୋଟି ଆୟ କଲା ‘ହାଉସଫୁଲ୍-୪’

Ratnamani Maharana

ଆଜି ପରଦାକୁ ଆସୁଛି ଭିନ୍ନସ୍ବାଦର ଓଡ଼ିଆ ଫିଲ୍ମ ‘ଅଦୃଶ୍ୟମ୍‌’

Ratnamani Maharana

୨ ଦିନରେ ୨୮ କୋଟି ଲୋକ ଦେଖିଲେ ‘ଛପାକ’ର ଟ୍ରେଲର ରିଲିଜ

Ratnamani Maharana

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ପାଟଣାଗଡ଼’

Ratnamani Maharana

ମୁମ୍ବାଇରେ ଓଡ଼ିଆ ପୁଅ ନିର୍ମାଣ କରୁଛନ୍ତି ‘ସିଲଭର ଗାନ୍ଧୀ’

Ratnamani Maharana

ପୁଣି ଏକ କନ୍ୟାସନ୍ତାନର ମା’ ହେଲେ ଶିଳ୍ପା ଶେଟ୍ଟୀ

Ratnamani Maharana