News

୧୫ ରୁ ବର୍ଷା ଏବଂ ଝଡ଼ ତୋଫାନ ସମ୍ଭାବନା

strom

ଆସନ୍ତା ୧୫ ଓ ୧୬ ତାରିଖରେ ରାଜ୍ୟର ୧୨ଟି ଜିଲ୍ଲାରେ ବର୍ଷା ସହ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। ଏଥିସହ ୧୬ ଓ ୧୭ ତାରିଖରେ ଉପକୂଳ ଜିଲ୍ଲାମାନଙ୍କରେ ପାଗ ଖରାପ ରହିବ ବୋଲି ସୂଚନା ମିଳିଛି। ପ୍ରଥମେ ଅଭ୍ୟନ୍ତରୀଣ ଓଡିଶା ଏବଂ ତାପରେ ଉପକୂଳ ଓ କେନ୍ଦ୍ରୀୟ ଓଡିଶାରେ ବର୍ଷା ହୋଇପାରେ। ଠାଏଠାଏ ଘଡଘଡି କିମ୍ବା କୁଆପଥର ବର୍ଷା ବି ହୋଇପାରେ।

ସମ୍ଭାବ୍ୟ ବର୍ଷା ଓ କୋହୋଲା ପାଗଯୋଗୁ ୧୬ ତାରିଖରେ ଦିନ ତାପମାତ୍ରା ମଧ୍ୟ ହ୍ରାସ ପାଇବ।ସେହିପରି ୧୪ ତାରିଖରେ କୁହୁଡ଼ି ଦେଖାଦେଇପାରେ ବୋଲି ମଧ୍ୟ ସୂଚନା ଦିଆଯାଇଛି। ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଯାଜପୁର, ଭଦ୍ରକ ଓ ଅନୁଗୁଳ ଜିଲ୍ଲାରେ ୧୫ ଓ ୧୬ ତାରିଖରେ ବର୍ଷା ସହ ଝଡ଼ତୋଫାନ ହେବାର ସମ୍ଭାବନା ରହିଥିବା ବେଳେ ୧୬ ଓ ୧୭ ତାରିଖ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ହାଲକା ବର୍ଷା ହେବ ବୋଲି ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ୟୁନିଭର୍ସିଟିର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ରହିଛି।

ପଢନ୍ତୁ:ସଂସଦରେ ଅଟଳ ବିହାରୀ ବାଜପେୟୀଙ୍କ ତୈଳଚିତ୍ରକୁ ଉନ୍ମୋଚନ କଲେ ରାଷ୍ଟ୍ରପତି

Related posts

ସିରିୟାରେ ୩ ହଜାର ଆଇଏସ ଆତଙ୍କବାଦୀ କଲେ ସମର୍ପଣ

Ratnamani Moharana

ଇ-ଟିକିଟ୍‌ ବୁକ୍‌ ପାଇଁ ଆଇଆର୍‌ସିଟିସି ଆକାଉଣ୍ଟ୍‌ ସହ ଆଧାର କେମିତି ଲିଙ୍କ୍‌ କରିବେ ଯାଣନ୍ତୁ

ENO Beuro

ଆତଙ୍କବାଦୀ ହାଫିଜ ସୟିଦଙ୍କୁ ମଳୁଛି ଭିଆଇପି ଆତିଥ୍ୟ

Ratnamani Moharana

Leave a Comment