EnewsOdia.Com

ଲଗାଣ ବର୍ଷାରେ ବେହାଲ ଓଡିଶା

ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଓଡ଼ିଶା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ ଏଭଳି ସ୍ଥିତି ଉପୁଜିଛି । ଆଜି ମଧ୍ୟ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିଛି । କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଏହାସହିତ ବଙ୍ଗୋପସାଗର ଉପରେ ଏକ ଟ୍ରପ୍ ଲାଇନ୍ ଯାଇଥିବାରୁ ପ୍ରବଳ ବର୍ଷା ଲାଗି ରହିଛି । ତେବେ ରାଜ୍ୟରେ ବନ୍ୟା ଭୟ ନଥିବା ଏସଆରସି କହିଛନ୍ତି ।

କଟକ ଓ ପୁରୀରୁ ଆସିଛି ବର୍ଷା ପାଣି ଜମିରହିଥିବାର ଏପରି ଚିତ୍ର ଯାହା ଦେଖିଲେ ସହର ଭିତରେ ଥିବା ସ୍ଥାନ ବି ପୋଖରୀ ଭ୍ରମ ସୃଷ୍ଟି କରିବ । ସହର ଭିତରେ ପାଣି । ରାସ୍ତା ଉପରେ ପାଣି । ବଜାର ଭିତରେ ପାଣି । ଘରୁ ପଦାକୁ ବାହାରିବେ ମାତ୍ରେ ଚାରି ଆଡେ କେବଳ ନଜର ଆସିବ ପାଣି ଆଉ ପାଣି । ତେଣୁ ବର୍ଷା କମିଥିଲେ ମଧ୍ୟ ଏପରି ଜଳବନ୍ଦୀ ଜୀବନ ଲୋକଙ୍କ ଦୁର୍ଦ୍ଦଶାକୁ ବଢାଇ ଦେଇଛି ।

ସେପଟେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡରେ ଲୋକଙ୍କ ଚିନ୍ତା ବଢାଇ ଦେଇଛି ଲଘୁଚାପ ବର୍ଷା । ଦୁଇ ଦିନର ଲଗାଣ ବର୍ଷା ପରେ ଏବେ ଅନେକ ଅଂଚଳରୁ ପାଣି ଛାଡୁନି । ରାସ୍ତା ଉପରେ ଜମି ରହିଛି ଆଣ୍ଠୁଏ ପାଣି । ଏହାରି ଭିତରେ ଜଳବନ୍ଦୀ ଜୀବନରେ ହନ୍ତସନ୍ତ ହେଉଛନ୍ତି ବୋଲଗଡ ବାସିନ୍ଦା । ବର୍ଷା ନଥିଲେ ବି ଏହା ପରର ଜଳବନ୍ଦୀ ଜୀବନକୁ ନେଇ ଅଧିକ ଚିନ୍ତାରେ ପଡିଛନ୍ତି ଲୋକେ ।

ପୁରୀ ଜିଲ୍ଲାର ପିପିଲିରେ ପଡିଛି ଲଘୁଚାପ ବର୍ଷାର ପ୍ରଭାବ । ଦୁଇ ଦିନର ଲଗାଣ ବର୍ଷା ପରେ ଏବେ ଚାରିଆଡେ ପାଣି । ଘରେ ପାଣି, ରାସ୍ତାରେ ଆଣ୍ଟୁଏ ପାଣି ତ ବଜାରରେ ବି ପାଣି । ଅନେକ ସ୍ଥାନରେ ପାଣି କାରଣରୁ ବ୍ୟବସାୟ ପ୍ରଭାବିତ ହୋଇଛି । ରାସ୍ତାରେ ପାଣି ଜମି ରହିବା ପରେ ନିଷ୍କାସନ ହୋଇପାରୁନଥିବାରୁ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି । ଲଗାଣ ବର୍ଷାକୁ ପାଣି ଜମି ରହିବା ସ୍ଥିତି ଲୋକଙ୍କ ସମସ୍ୟାକୁ ବଢାଇ ଦେଇଛି । ପିପିଲି ପରି ସମାନ ଅବସ୍ଥା ଦେଖିବାକୁ ମିଳିଛି ସତ୍ୟବାଦୀ ଓ କଣାସ ବ୍ଲକରେ । ସତ୍ୟବାଦୀ ଓ କଣାସ ଅଂଚଳରେ ଅନେକ ସ୍ଥାନରେ ବର୍ଷା ପାଣି ଜମି ରହିଥିବା ଚିତ୍ର ବି ଦେଖିବାକୁ ମିଳିଛି । କହିବାକୁ ଗଲେ ଏହି ସବୁ ଅଂଚଳରେ ବନ୍ୟା ହୋଇନଥିଲେ ବି ଲୋକେ କିନ୍ତୁ ଜଳବନ୍ଦୀ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ।

ପଢନ୍ତୁ: ସରିଲା ମୋଦିଙ୍କୁ ମିଳିଥିବା ଉପହାରର ଇ-ନିଲାମୀ

ସମ୍ବନ୍ଧିତ ଖବର

ଚାଲିଗଲେ ହିପ-ହପ୍‌ ଷ୍ଟାର Juice Wrld

Ratnamani Maharana

ନୂଆ ବର୍ଷକୁ ରଙ୍ଗୀନ କରିବ ମଦ

Ratnamani Maharana

ଅନ୍‌ଲାଇନ୍‌ରେ ୨୦୦୦ ଟଙ୍କାରେ ବିକ୍ରି ହେଉଛି କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡର ତଥ୍ୟ

Ratnamani Maharana

ଉଦ୍‌ଘାଟିତ ହେଲା ଆଦିବାସୀ ମେଳା ୨୦୨୦

Ratnamani Maharana

ମୋଦିଙ୍କ ପାଇଁ ଆସୁଛି ସ୍ପେସାଲ ପ୍ଲେନ

Ratnamani Maharana

ଦିଲ୍ଲୀରେ ପ୍ରବଳ ବର୍ଷା ସହ ପଡ଼ିଲା କୁଆପଥର

Ratnamani Maharana