News

୧୧ ଜିଲ୍ଲାରେ ସ୍ୱଳ୍ପ ବର୍ଷା ସମ୍ଭାବନା, ୧୦ରୁ କମିବ ତାପମାତ୍ରା 

rain

ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡିଶାର ୫ ଜିଲା ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର ଓ ସୋନପୁରରେ ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ଆଭ୍ୟନ୍ତରୀଣ ଓଡିଶାରେ ଘନ କୁହୁଡି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଇଛି । ଅପରପକ୍ଷେ ବର୍ଷା ହେବା ପରେ ଆସନ୍ତା ୧୦ ତାରିଖରେ ତାପମାତ୍ରା କମିବା ସହିତ ପୁଣି ଶୀତ ଲେଉଟିବ ବୋଲି ପାଣିପାଗବିତ ଆକଳନ କରିଛନ୍ତି।

ସୂଚନାଯୋଗ୍ୟ,ସର୍ବୋଚ୍ଚ ତାପମାତ୍ରା ଗୁରୁବାର ୩୪ ଡିଗ୍ରୀ ସେଲସିୟସ ଥିବା ବେଳେ ଶୁକ୍ରବାର ୩୦ ଡିଗ୍ରୀକୁ ଖସି ଆସିଛି। ଆସନ୍ତା ୧୧ ତାରିଖ ଯାଏ ତାପମାତ୍ରା ହ୍ରାସ ପାଇବ ବୋଲି ଅନୁମାନ କରାଯାଇଛି। ୯ ତାରିଖରେ ଉପକୂଳ ଓଡିଶାରେ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏଥିଯୋଗୁ ଦିନରେ ତାତି ହ୍ରାସ ପାଇବ ଏବଂ ରାତ୍ରୀରେ ଥଣ୍ଡା ଅନୁଭୂତ ହେବ ।

ପଢନ୍ତୁ; ଉତ୍ତରାଖଣ୍ଡ,ୟୁପିରେ ବିଷାକ୍ତ ମଦ ପିଇ ୩୮ ମୃତ

Related posts

କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଦୃଢୋକ୍ତି : ନବୀନ ସରକାରରେ ଓବିସି ବର୍ଗଙ୍କୁ ଅବହେଳା

Ratnamani Moharana

ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ସମଗ୍ର ବିଶ୍ୱର ମହିଳାଙ୍କ ପାଇଁ ଆଜି ଦିନଟିଏ

ENO Beuro

ସମସ୍ତ ଋଣ ଫେରାଇବେ ବିଜୟ ମାଲ୍ୟା, ଟୁଇଟ୍‌ ଜରିଆରେ ଜଣାଇଲେ

ENO Beuro

Leave a Comment