News

ବର୍ଷାରେ ବେହାଲ ହେଲା ଟ୍ୱିନ୍‌ ସିଟି

rain

ତିତ୍‌ଲି ପ୍ରଭାବରେ ସାରା ରାଜ୍ୟରେ ଗତକାଲି ରାତିରୁ ବର୍ଷା ଲାଗି ରହିିଛି। ଲଗାଣ ବର୍ଷା ଯୋଗୁଁ ଟ୍ୱିନ୍‌ ସିଟି ଅବସ୍ଥା ଶୋଚନୀୟ ହୋଇପଡିଛି। ବର୍ଷାଜଳ ନିଷ୍କାସନ ହୋଇନପାରିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସହର ବହୁ ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ବର୍ଷାଜଳ ନିଷ୍କାସନ ପାଇଁ କୌଣସି ଆଖିଦୃଶିଆ ବ୍ୟବସ୍ଥା କରାଯାଇନଥିବାରୁ ସହରବାସୀ ପୁଣି ବର୍ଷା ପାଣି ଘେରରେ ରହିଛନ୍ତି। ଗତକାଲି ତିତ୍‍ଲି ପାଇଁ ପ୍ରଶାସନ ଓ ସିଏମସି ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା।

rain

କଟକରେ ଆଜି ସକାଳ ସୁଦ୍ଧା ୧୩୩ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ରକ୍ସି ଲେନରେ ୩ ଫୁଟ ଉଚ୍ଚରେ ପାଣି ଚାଲୁଥିବାବେଳେ ଚୌଧୁରୀ ବଜାର, ସୂତାହାଟ, ସେମିନାର ଛକ, କଲେଜ ଛକ ସମେତ ବହୁ ପ୍ରମୁଖ ସ୍ଥାନ ଜଳାର୍ଣ୍ଣବ ହୋଇଛି । ଜଳ ନିଷ୍କାସନ ପାଇଁ ୨୦୦ରୁ ଅଧିକ ପମ୍ପ ନିୟୋଜିତ କରାଯାଇଛି ଏବଂ ସୁଇସ ଗେଟ ଖୋଲି ଦିଆଯାଇଛି

ସେହିପରି ଭୁବନେଶ୍ୱରରେ ମଧ୍ୟ ୯୬ ମିଲିମିଟର ବର୍ଷା ହୋଇଥିବାବେଳେ ଅବସ୍ଥା ମଧ୍ୟ ସଙ୍ଗୀନ ହୋଇଯାଇଛି। ଗତକାଲି ମଧ୍ୟରାତ୍ରିରୁ ଅନେକ ପ୍ରମୁଖ ସ୍ଥାନରେ ଘର ଭିତରେ ପାଣି ପଶିଯାଇଛି । ରାତି ସାରା ଲୋକେ ଅନିଦ୍ରା ରହିଛନ୍ତି। କେତେକ ସ୍ଥାନରେ ରାସ୍ତା ଉପରେ ୨ ଫୁଟ ଉପରେ ପାଣି ଚାଲୁଛି।

ପଢନ୍ତୁ;ପ୍ରତିଷ୍ଠା ହେବ ଜାତୀୟ ଧନ୍ଦାମୂଳକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ

Related posts

ଆଜିଠୁ ବଢ଼ିବ କାଳବୈଶାଖୀ,ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା!

ENO Beuro

ଧମକପୂର୍ଣ୍ଣ ଚିଠିରୁ ଦିଗ ବଦଳାଇଲା ଜେଟ ଏୟାରୱେଜର ୯ଡବ୍ଲ୍ୟୁ୩୩ ବିମାନ

ENO Beuro

ଜିସାଟ୍-୨୯ ଉପଗ୍ରହର ସଫଳ ପ୍ରେରଣ

ENO Beuro

Leave a Comment