EnewsOdia.Com

ନୂଆବର୍ଷକୁ ଧୋଇଦେବ ବର୍ଷା

ନୂଆବର୍ଷରେ ଓଡିଶାକୁ ଭିଜାଇବ ହାଲକା ବର୍ଷା ।ସମଗ୍ର ରାଜ୍ୟରେ ଶୀତର ପ୍ରକୋପ ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ କେତେକ ସ୍ଥାନରେ ତୁଷାରପାତ ମଧ୍ୟ ହେଉଛି । ଆହୁରି ୨ ଦିନ ସ୍ଥିତି ଏପରି ଅସମ୍ଭାଳ ରହିବ। ଆଉ ଏହା ପରେ ଜାନୁଆରୀ ୧ରେ ଉତ୍ତର ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ।

ଆଞ୍ଚଳିକ ପାଣିପାଗ ବିଭାଗ ସୂଚନାଅନୁସାରେ,ଆସନ୍ତା ଜାନୁୟାରୀ ୧ ତାରିଖ ଯାଏ ଶୀତ ଲହରୀ ଲାଗି ରହିବ। ୨ ଓ ୩  ତାରିଖରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧ରେ ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର,ଓ ଦେବଗଡ଼ରେ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ । ଏହାପରେ ୩ ତାରିଖରୁ ପୁଣି ଥଣ୍ଡାର କୋପ ବଢ଼ିବ। ୱେଷ୍ଟର୍ଣ୍ଣ ଡିଷ୍ଟରବାନସ୍‌ ଯୋଗୁ ବର୍ଷାର ସମ୍ଭାବନା ରହିଥିବା ଜଣାଯାଇଛି ।

ପଢନ୍ତୁ: ଏଣିକି ସ୍ମାର୍ଟ ଫୋନ ବ୍ୟବହାର କରିପାରିବେ ନାହିଁ ଭାରତୀୟ ନୌସେନା ଯବାନ୍‌

ସମ୍ବନ୍ଧିତ ଖବର

ଏକାଦଶ ପରୀକ୍ଷା ପାସ୍‌ କଲେ ଦ୍ୱାଦଶ ଶ୍ରେଣୀକୁ ଯିବେ ଛାତ୍ରଛାତ୍ରୀ

Ratnamani Maharana

ଟ୍ୱିଙ୍କଲ୍‍ଙ୍କୁ ପିଆଜ କାନଫୁଲ ଉପହାର ଦେଲେ ଅକ୍ଷୟ

Ratnamani Maharana

ଦଳରେ ଗୌଣ ହେଉଛନ୍ତି ବିଧାୟକ-ମନ୍ତ୍ରୀ, ସିଏମଓ ଏବେ ସବୁକିଛି

Ratnamani Maharana

୩ ଦିନ ମାଗଣାରେ ତାଜମହଲ ବୁଲିବାର ସୁଯୋଗ

Ratnamani Maharana

ଆଉ ଚାରି ପାଞ୍ଚ ଘଣ୍ଟା ମଧ୍ୟରେ ଓଡ଼ିଶା ସୀମା ଅତିକ୍ରମ କରିବ ବାତ୍ୟା ‘ବୁଲ୍‌ବୁଲ୍‌’

Ratnamani Maharana

ଓଡ଼ିଶାରେ ବିକ୍ରି ହେଉଛି ୧୦ରୁ ୧୫ ଦିନର ବାସି ଅଣ୍ଡା

Ratnamani Maharana