Loading...

ଦୀପାବଳିରେ ରାଜ୍ୟରେ କାଁ ଭାଁ ବର୍ଷା

ଦୀପାବଳିରେ ରାଜ୍ୟରେ କାଁ ଭାଁ ବର୍ଷା

ଓଡ଼ିଶାରୁ ବାତ୍ୟା ସଙ୍କଟ ଟଳିଛି। ତେବେ ସମ୍ଭାବ୍ୟ ବାତ୍ୟା ବାଂଲାଦେଶରେ ସ୍ଥଳଭାଗ ଛୁଇଁବ ବୋଲି ଆଜି ଏକ ପ୍ରକାର ସ୍ପଷ୍ଟ ହୋଇଛି। ବାଂଲାଦେଶର ତିନକୋନା ଦ୍ବୀପ ଓ ସାନଦ୍ବୀପ ମଝିରେ କେଉଁଠି ବାତ୍ୟା ସ୍ଥଳ ଭାଗକୁ ଛୁଇଁପାରେ ବୋଲି ଆଜି ସୂଚନା ମିଳିଛି।

ଓଡ଼ିଶାରୁ ବାତ୍ୟା ସଙ୍କଟ ଟଳିଛି। ତେବେ ସମ୍ଭାବ୍ୟ ବାତ୍ୟା ବାଂଲାଦେଶରେ ସ୍ଥଳଭାଗ ଛୁଇଁବ ବୋଲି ଆଜି ଏକ ପ୍ରକାର ସ୍ପଷ୍ଟ ହୋଇଛି। ବାଂଲାଦେଶର ତିନକୋନା ଦ୍ବୀପ ଓ ସାନଦ୍ବୀପ ମଝିରେ କେଉଁଠି ବାତ୍ୟା ସ୍ଥଳ ଭାଗକୁ ଛୁଇଁପାରେ ବୋଲି ଆଜି ସୂଚନା ମିଳିଛି। ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପକୂଳରେ ନଗଣ୍ୟ ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେଣୁ ଦୀପାବଳି ବି ଏଥର ଭଲରେ କଟିବ ବୋଲି ଜଣାପଡ଼ିଛି। ଆସନ୍ତାକାଲି ଓ ୨୪ ତାରିଖ କିଛି ସ୍ଥାନରେ ବର୍ଷା ହୋଇପାରେ। ବିଶେଷ କରି ଉପକୂଳରେ ବର୍ଷା ହେବ। ଆସନ୍ତାକାଲି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଓ ୨୪ ତାରିଖ ଦିନ ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.