News

ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ପୁଣି ୧୦ରୁ ବଢିବ ବର୍ଷାର ପରିମାଣ

Untitled 1

ଓଡ଼ିଶାରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦୁଇ ଦିନ ହେଲା ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେଉଛି । ତେବେ ମୌସୁମୀ ସକ୍ରିୟ ରହିଥିବାରୁ ଜୁଲାଇ ଦ୍ବିତୀୟ ସପ୍ତାହରେ ବି ବର୍ଷା ଲାଗିରହିବ । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ନାହିଁ। ଏହାପରେ କିନ୍ତୁ ବର୍ଷା ପରିମାଣ ବଢ଼ିବ । ଜୁଲାଇ ୧୧ରୁ ବଡ଼ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଆସନ୍ତା ଦୁଇ ଦିନ ମଧ୍ୟରେ ଭୁବନେଶ୍ବର ଓ କଟକରେ ବର୍ଷାର ସମ୍ଭାବନା ନାହି। ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଉତ୍ତର ଓଡିଶାରେ ବର୍ଷାର ସମ୍ଭାବନା ରହିଛି।  ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଝିପିଝିପି ବର୍ଷା ଲାଗିରହିବ । ୯ ତାରିଖ ‌ବେଳକୁ ‌ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, କୋରାପୁଟ ଓ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏହାପରେ ସାରା ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । 

ପଢନ୍ତୁ: ଆଜି ୪୭ ବର୍ଷରେ ପାଦ ଥାପିଲେ କ୍ରିକେଟ୍ ଜଗତର ପ୍ରତିିଭାବାନ୍ ଖେଳାଳୀ ସୌରଭ ଗାଙ୍ଗୁଲୀ

Related posts

ଏହି ୮ଟି ଜିଲ୍ଲାରେ ହେବ ଝଡ଼ତୋଫାନ, ସତର୍କ ସୂଚନା ଦେଲା ପାଣିପାଗ ବିଭାଗ !

ENO Beuro

ଫେସବୁକ୍ ମାଧ୍ୟମରେ ମହିଳା ଉଦ୍ୟୋଗୀଙ୍କୁ, ଡିଜିଟାଲ ସାକ୍ଷରତା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ

ENO Beuro

୧୯୯୯ ମସିହା ମହାବାତ୍ୟାକୁ ଆଜି ପୁରିଲା ୧୯ ବର୍ଷ

ENO Beuro

Leave a Comment