News

ତିନି ଦିନ ବର୍ଷା ନାହିଁ, ପୁଣି ୧୨ରୁ ବଢିପାରେ ବର୍ଷାର ପରିମାଣ

Untitled 1

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ  ଧୀରେ ଧୀରେ ଦୁର୍ବଳ ହେବା ସହ ଏହା ମଧ୍ୟପ୍ରଦେଶ ଉପରେ ରହିଛି।  ଲଘୁଚାପ ପ୍ରଭାବରେ ଆଜି ପୂର୍ବାହ୍ନ ଯାଏ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ଜାରି ରହିବ।  ଏହାପରେ ଆଉ ବଡ଼ ବର୍ଷା ନାହିଁ।୧୨ ତାରିଖ ଯାଏ ସାରା ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ‌ତେବେ ୧୨ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ୧୨ ତାରିଖଠାରୁ ପୁଣିଥରେ ଉତ୍ତର ଓ କେନ୍ଦ୍ରୀୟ ପଶ୍ଚିମ ଓଡ଼ିଶାରେ ବର୍ଷା ବଢ଼ିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ଆହୁରି କୁହାଯାଇଛି ଯେ, ମୌସୁମୀ ସକ୍ରିୟ ରହିଥିବାରୁ ୧୦ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ, ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବ। ବେଳେ ବେଳେ ୫୦ କିମି ଛୁଇଁବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ଏହି ସମୟ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ବର୍ଷା ପରିମାଣ କମିଥିବାରୁ ସମସ୍ତ ବନ୍ଦରରୁ ବିପଦସଙ୍କେତ  ଉଠାଇ ଦିଆଯାଇଛି।

Sun 1 750x421

ଗତ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଚଳିତବର୍ଷର ସବୁଠାରୁ ବଡ଼ ବର୍ଷା ହୋଇଛି। ବଲାଙ୍ଗୀରରେ ସର୍ବାଧିକ ୨୧୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୧୭୪.୫, କୋରାପୁଟରେ ୧୨୯.୪, ସୋନପୁରରେ ୧୦୧.୨, ହୀରାକୁଦରେ ୯୪.୨, ଟିଟିଲାଗଡ଼ରେ ୭୯.୮ ମିମି ବର୍ଷା ହୋଇଛି। ଚଳିତ ସପ୍ତାହରେ ହୋଇଥିବା ବର୍ଷା ରାଜ୍ୟରେ ଜାରି ରହିଥିବା ନିଅଣ୍ଟିଆ ବର୍ଷାକୁ  କିଛି ମାତ୍ରାରେ ପୂରଣ କରିଛି। ଏହାପରେ ବି କିଛି ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ରହିଛି।

ପଢନ୍ତୁ: କଡ଼ାକଡ଼ି ହେଲା ଭୁବନେଶ୍ୱର ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା

Related posts

ବିବାହରେ ବରକୁ ମିଳିଲା ପେଟ୍ରୋଲ ଉପହାର

ENO Beuro

ବାୟୁସେନା ନିଖୋଜ ବିମାନରେ ଥିଲେ ଓଡିଆ ପୁଅ ସୁମିତ ମହାନ୍ତି

Ratnamani Moharana

ଆଲ୍‌ଜେରିଆ ସେନା ବିମାନ ଦୁର୍ଘଟଣାଗ୍ରସ୍ତ : ୧୦୦ ମୃତ ଆଶଙ୍କା

ENO Beuro

Leave a Comment