EnewsOdia.Com

୨୩ରେ ବଙ୍ଗୋପସାଗରରେ ଲଘୁଚାପ ବଳୟ ୨୪ରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

ଆରବସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅଧିକ ସକ୍ରିୟ ହେଉଛି। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଏହା ୱେଲ୍‌ ମାର୍କଡ୍‌ ଲୋ‌-ପ୍ରେସରରେ ପରିଣତ ହେବା ସହ ପରବର୍ତୀ ୨୪ ଘଣ୍ଟାରେ ଅବପାତର ରୂପ ନେବ। ଏଥିସହ ୨୩ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର‌ରେ ଏକ ଲଘୁଚାପ  ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।   ପ୍ରଭାବରେ ୨୩ ତାରିଖଠାରୁ ଓଡ଼ିଶାରେ ପାଗରେ ପରିବର୍ତନ ଆସିବ ଏବଂ ୨୪ ତାରିଖରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ  ପଶୁପାଳକଙ୍କ କହିବାନୁଯାୟୀ ଅକ୍ଟୋବର ୨୩ରୁ ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ଆରମ୍ଭ ହେବ। ୨୪ ତାରିଖ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ। ଯାହାକି ୨୭ ତାରିଖ ପର୍ଯ୍ୟନ୍ତ ଲାଗିରହିବ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବା ସହ ଦୀପାବଳି ଦିନ ବି ବର୍ଷା ଲାଗିରହିବାର ସମ୍ଭାବନା ରହିଛି।

ପଢନ୍ତୁ: ଟିଭିରେ ସୁପର୍‍ହିରୋ ସାଜିବେ ବିରାଟ

ସମ୍ବନ୍ଧିତ ଖବର

ଆଜି ସ୍ଵର୍ଗତ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକି

Ratnamani Maharana

ବୋଝ ଉପରେ ଲଳିତା ବିଡ଼ା; ଡାଲି ଦର ୧୦୦ ଟଙ୍କା ଡେଇଁଲା

Ratnamani Maharana

ମୋଦି ଲେଖିଲେ କବିତା, ହେ ସା‌ଗର!!! ତୁମ୍‌ହେ ମେରା ପ୍ରଣାମ!

Ratnamani Maharana

୯୨ ବର୍ଷରେ ପାଦ ଥାପିଲେ ଆଡଭାନୀ

Ratnamani Maharana

ଆସନ୍ତାକାଲି ଦୀପାବଳି ପାଳନ କରିବେ ଟ୍ରମ୍ପ

Ratnamani Maharana

‘ବୁଲବୁଲ’ ପାଇଁ ବଢ଼ିଲା ସ୍କୁଲ ଛୁଟି ଅବଧି

Ratnamani Maharana