News

ଜୁଲାଇ ୬ରେ ଫେରୁଛି ମୌସୁମୀ, ରାଜ୍ୟରେ ପୁଣି ପ୍ରବଳ ବର୍ଷା ସମ୍ଭାବନା

Untitled 1

ଆସନ୍ତା ୬ରେ ଫେରୁଛି ମୌସୁମୀ। ରାଜ୍ୟରେ ପୁଣି ବଢିବ ବର୍ଷା। ୫ଟି ଜିଲ୍ଲାରେ କିଛି ସ୍ଥାନରେ ଅଧିକ ବର୍ଷା ହେବ। ସେହିପରି ଉତ୍ତର ଓ ଦକ୍ଷିଣ ଓଡିଶାର ଅଧିକାଂଶ ଜିଲ୍ଲାରେ ମାଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ ଉତ୍ତରପଶ୍ଚିମ ରାଜସ୍ଥାନରୁ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସର୍‌ ସୃଷ୍ଟି ହୋଇଛି । ତାହାର ପ୍ରଭାବ ଉତ୍ତର ଓ ପଶ୍ଚିମ ଓଡ଼ିଶା ଉପରେ ପଡ଼ିବ ।

ଦୁଇ ଦିନ ଧରି ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାପରେ ପାଗରେ ପରିବର୍ତ୍ତନ ଆସିପାରେ । ତେବେ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପଢନ୍ତୁ: ନିର୍ମଳା ସୀତାରମଣଙ୍କ ବଜେଟ ପେଡ଼ି

Related posts

ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ

ENO Beuro

ମୁକୁଳା ଡ୍ରେନ ନେଲା ଜୀବନ, ସ୍ତ୍ରୀଙ୍କ ସାମ୍ନାରେ ଭାସିଗଲେ ସ୍ଵାମୀ

ENO Beuro

ଓଡିଶା ହେବ ନୂଆ ଭାରତର ବିକାଶ ଇଞ୍ଜିନ

ENO Beuro

Leave a Comment