EnewsOdia.Com

ଫିକା ପଡ଼ିବ ଦୀପାବଳି! : ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ, ୨୭ ଯାଏ ୧୭ ଜିଲ୍ଲାକୁ ୟେ‌ଲୋ ୱାର୍ଣ୍ଣିଂ

ଦକ୍ଷିଣ ପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ହୋଇଛି। ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ। ଏଥିସହ ଉତ୍ତର ତାମିଲନାଡ଼ୁ-ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବ। ପ୍ରଭାବରେ ୨୩ ତାରିଖ ଅପରାହ୍ନରୁ ଦକ୍ଷିଣ ଭାରତ ସମେତ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇ ୨୭ ତାରିଖ ତଥା ଦୀପାବଳି ପର୍ଯ୍ୟନ୍ତ ଲାଗିରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ଦୁଇଟି ଲଘୁଚାପ ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। ୨୩ ତାରିଖଠାରୁ ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, କନ୍ଧମାଳ, ନୟାଗଡ଼, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିବ। ୨୪ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ। ୨୪ ଓ ୨୫ ତାରିଖରେ କଟକ, ପୁରୀ, ଖୋର୍ଧା ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ। ୨୬ ଓ ୨୭ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କଟକ, ଢେଙ୍କାନାଳ, ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର  ପକ୍ଷରୁ ଆକଳନ କରାଯାଇଛି।

ପଢନ୍ତୁ: ଆଜି ସାରା ଦେଶରେ ୨୪ ଘଣ୍ଟିଆ ବ୍ୟାଙ୍କ ଧର୍ମଘଟ

ସମ୍ବନ୍ଧିତ ଖବର

ଆଜିଠୁ କାର୍ତ୍ତିକ ମାସ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

Ratnamani Maharana

ମାତ୍ର ୩୭୦୦ ଟଙ୍କା ପାଇଁ ୭ ବର୍ଷରେ ୬୦ ଥର ଧାଇଁଲେଣି କୋର୍ଟ

Ratnamani Maharana

ଆଜି ଏକକ ଷାଣ୍ମାସିକ ପରୀକ୍ଷା: ପହଞ୍ଚିନି ପ୍ରଶ୍ନପତ୍ର, ଜେରକ୍ସ ଯୋଗାଇବାକୁ ନିର୍ଦେଶ

Ratnamani Maharana

ଏବେ ଟିଭି ଦେଖୁଥିବା ଲୋକଙ୍କୁ ସେଟ୍ ଅପ୍ ବକ୍ସ ଲଗାଇବା ପାଇଁ କରିବାକୁ ପଡିବ KYC

Ratnamani Maharana

ଦୀପାବଳିରେ ଦିଲ୍ଲୀରେ ସୀମା ଟପିଲା ପ୍ରଦୂଷଣ ହାର

Ratnamani Maharana

ଭିକାରୀ ମୁକ୍ତ ହେବ ପୁରୀ ଏବଂ ଭୁବନେଶ୍ବର

Ratnamani Maharana