News

ଲଘୁଚାପରେ ପରିଣତ ଘୂର୍ଣ୍ଣିବଳୟ, ରାଜ୍ୟରେ ୨୫ଯାଏଁ ହେବ ପ୍ରବଳ ବର୍ଷା

Rain 2 768x432

ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ମଧ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବାବେଳେ ଏହାର ପ୍ରଭାବରେ ଲଘୁଚାପ  ସୃଷ୍ଟି ହୋଇଛି। ରାଜ୍ୟରେ ବନ୍ୟା ପରିସ୍ଥିତି କମିଥିବା ବେଳେ ପୁଣି ଆରମ୍ଭ ହୋଇଯାଇଛି ବର୍ଷା । ଲଘୁଚାପର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ।ଏହାର ପ୍ରଭାବରେ ସାରା ରାଜ୍ୟରେ ୨୫ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଆଜି ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି, ପାଣିପାଗ ବିଭାଗ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା ସମେତ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଲାଗି ରହିବ। ଏହି ଅଞ୍ଚଳରେ ସାଧାରଣ ଭାବେ ମଧ୍ୟମ ଧରଣର ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ବି ଅଛି।

ହେଲେ ୨୧ରୁ ବର୍ଷା ବଢ଼ିବ। ଉପକୂଳ ଓ ଉତ୍ତର ଓଡ଼ିଶାରେ ୨୧ରୁ ୨୩ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବାବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୨ରୁ ୨୫ତାରିଖ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା  ସମ୍ଭାବନା ରହିଛି। ଆସନ୍ତା ୭ଦିନ ମଧ୍ୟରେ ରାଜ୍ୟର ସମୁଦାୟ ବର୍ଷା ସ୍ବାଭାବିକ ଠାରୁ ୨୫% ଅଧିକ ରହିବାକୁ ଥିବାବେଳେ ଉତ୍ତର-ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଅପରପକ୍ଷେ ଭୁବନେଶ୍ବର ପାଣିପାଗ କେନ୍ଦ୍ର  ପକ୍ଷରୁ କୁହାଯାଇଛି ଯେ, ସୋମବାର କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବରଗଡ଼, ନୂଆପଡ଼ା ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

ପଢନ୍ତୁ: ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସିଂହ

Related posts

ନାବାଳିକା ଦୁଷ୍କର୍ମ ମାମଲା:ବାବା ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ!

ENO Beuro

ଶ୍ରେଷ୍ଠ ଡିଜିଟାଲ୍‌ ପରିବେଶ ସଂପନ୍ନ ସହର ତାଲିକାରେ ବିଶ୍ୱର ସ୍ତରରେ ବେଙ୍ଗାଲୁରୁ ପ୍ରଥମ

ENO Beuro

ଟ୍ରେଣ୍ଡିଂ ରିପୋର୍ଟରେ ମୋଦିଙ୍କ ସଫଳତା ଦେଖି ଭାବବିହ୍ୱଳ ହେଲେ ମା’ ହୀରା ବେନ୍

Ratnamani Moharana