EnewsOdia.Com

ଆଜିଠାରୁ ରାଜ୍ୟରେ ବର୍ଷା ସମ୍ଭାବନା, ୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା

ତାମିଲନାଡୁ ଓ ଉତ୍ତର ଉପକୂଳରେ ଏକ ସାଇକ୍ଲୋନିକ ଷ୍ଟର୍ମ ସୃଷ୍ଟି  ହୋଇଛି । ଯାହା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।୬ ତାରିଖରେ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷ କରି ଝାରସୁଗୁଡା, ମୟୁରଭଞ୍ଜ, ଅନୁଗୋଳ, କେନ୍ଦୁଝର, ବାଲେଶ୍ବର, କଟକ, ଭଦ୍ରକ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

ସେହିଭଳି ୭ ତାରିଖରେ ୧୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୬ ଜିଲ୍ଲା ମଧ୍ୟରେ ସୋନପୁର, ପୁରୀ, ଖୋର୍ଦ୍ଧା, ନୟାଗଡ ଆଦି ରହିଛି । ୭ ତାରିଖ ପରେ ପାଗରେ ପରିବର୍ତ୍ତନ ଦେଖାଦେବ । ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ତାମିଲନାଡୁ ଉପକୂଳରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି । ଫଳରେ ଆକାଶ ମେଘାଚ୍ଛନ୍ନ ରହୁଛି ।

ପଢନ୍ତୁ: ଫେବୃଆରୀ ୯ରେ ସରୁଛି ରାମ ମନ୍ଦିର ଟ୍ରଷ୍ଟ ତିଆରି ଅବଧି

ସମ୍ବନ୍ଧିତ ଖବର

ତୃତୀୟ ସପ୍ତାହରେ ଓଡ଼ିଶା ଛାଡ଼ିବ ‘ମୌସୁମୀ’

Ratnamani Maharana

ସିଲ ହେଲା ଓୟୁଏଟିର କୁକ୍କୁଟ ପ୍ରଜନନ ଓ ଗବେଷଣା କେନ୍ଦ୍ର

Ratnamani Maharana

ପଟିଆ ବିଗ୍ ବଜାରକୁ ସିଲ୍ କଲା ବିଏମ୍‌ସି

Ratnamani Maharana

ଚାରିଟି ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

Ratnamani Maharana

ଏଣିକି ବିମାନରେ ମିଳିବ ଇଣ୍ଟରନେଟ୍‌ ସେବା

Ratnamani Maharana

‘କରୋନା’ ରାଜ୍ୟ ବିପର୍ଯ୍ୟୟ ଘୋଷଣା, ମୁକାବିଲା ପାଇଁ ୨୦୦କୋଟି

Ratnamani Maharana