News

ଓଡ଼ିଶାରେ ହୋଇପାରେ ଝଡ଼ବର୍ଷା

ଓଡିଶାରେ ବର୍ଷା ସମ୍ଭାବନା

ରାଜ୍ୟରେ ପାଗ ବଦଳିଛି । ଅଧିକାଂଶ ସ୍ଥାନରେ ପାଗ ଆଂଶିକ ମେଘୁଆ ରହିଛି।  ୧୨ ଓ ୧୩ ତାରିଖରେ ଅଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷାର ବି ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

ଓଡ଼ିଶାରେ ଆଜି କେତେକ ସ୍ଥାନରେ ବର୍ଷା ହେବା ସହ ଆଗାମୀ ତିନି ଦିନ ପଯ୍ୟନ୍ତ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉପକୂଳ ଅଂଚଳରେ ବର୍ଷା ହେବାର ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ସୂଚନା ଅନୁସାରେ ଆଜି ଓ କାଲି ଅଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ବର୍ଷା ସହ କୁଆପଥର ପଡ଼ିବାର ସମ୍ଭାବନା ଅଛି । ସକାଳେ କୋହଲା ପାଗ ସହ ଦିନରେ କୁଆପଥର ବର୍ଷା ହେବାର ସମ୍ଭାବନା ଅଛି ।୧୩ ତାରିଖରେ ମଧ୍ୟ ବର୍ଷା ସମ୍ଭାବନା ରହିଛି।

ଆଜି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, କଟକ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ହାଲକା ବର୍ଷା ସହ କୁଆପଥର ପଡ଼ିବାର ସମ୍ଭାବନା ରହିଛି। ୧୩ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ କୁଆପଥର ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ପୁରୀ, ଖୋର୍ଧା, ଗଞ୍ଜାମ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକର କେତେକ ସ୍ଥାନରେ ଘଡ଼ଘଡ଼ି ସହ ମଧ୍ୟ ବର୍ଷା ହୋଇପାରେ। ୧୪ରେ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସକାଳୁ ପାଗ କୋହଲା ରହିବା ସହ ଅପରାହ୍ନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।୧୫ ରୁ ପାଗ ଫିଟିବ। ୧୬ରୁ ପୁଣି ତାପମାତ୍ରା ବଢିବ।

ପଢନ୍ତୁ;

ଶ୍ୱାସ ଜନିତ ସମସ୍ୟାରୁ ରକ୍ଷା ଦେଇଥାଏ “ହେଙ୍ଗୁ” ,ଆସନ୍ତୁ ଜାଣିବା ଏହାର କିଛି ଔଷଧୀୟ ଗୁଣ ସଂପର୍କରେ

Related posts

ଦିଲ୍ଲୀ ଦୂରଦର୍ଶନ ଭବନରେ ଅଗ୍ନିକାଣ୍ଡ

ENO Beuro

ମଝି ଆକାଶରେ ଦୁଇ ଯାତ୍ରୀବାହୀ ବିମାନ ମୁହାଁମୁହିଁ : ଅଳ୍ପକେ ବଞ୍ଚିଲେ ୧୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ

ENO Beuro

ଚା’ ବାଲାଙ୍କ ପୁଅ ହେଲେ ମିଷ୍ଟର ଇଣ୍ଡିଆ ୟୁନିଭର୍ସ ୨୦୧୮,ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଦାରିଦ୍ର୍ୟତା !

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More