News

ଆଜିଠୁ ୧୪ ଯାଏ ବର୍ଷିବ, ଉତ୍ତର ଓ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା

Rain Will Be Continue To 14th Thumbnail 750x430

ଛତିଶଗଡ଼-ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଉପରେ ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ହେବାକୁ ଯାଉଛି। ଏହା ପ୍ରଭାବରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ଏବେ ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟ‌ର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ  କହିଛନ୍ତି। ତେବେ ରାଜ୍ୟରେ ଆହୁରି ୩ ଦିନ ବର୍ଷା ହେବ ।

ଅପରପକ୍ଷେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ୪ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ  ଜାରି କରିଛି । ୧୧ରୁ ୧୪ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତେବେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷା ଲାଗି ରହିଛି । ବର୍ଷା ଲାଗି ରହିଥିବା କାରଣରୁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ମଧ୍ୟ କ୍ରମାଗତ ଭାବରେ ବଢିବାରେ ଲାଗିଛି ।

ପଢନ୍ତୁ: ‘ବିକ୍ରମ’ ସଫଳତା ପାଇଁ ଚନ୍ଦ୍ର ପୂଜା କଲେ ଲୋକେ

Related posts

ପ୍ରତ୍ୟର୍ପଣ ପାଇଁ ଲଣ୍ଡନ କୋର୍ଟଙ୍କ ଅନୁମତି,ବନ୍ଧା ହେବେ ମାଲ୍ୟା

ENO Beuro

ଆଗାମୀ ୨୫ ତାରିଖକୁ ଘୂର୍ଣ୍ଣିବଳୟ ହେବ ବୋଲି ପାଣିପାଗ ବିଭାଗ ର ପୂର୍ବସୂଚନା

ENO Beuro

ଆଜି ଆଧାର ସହିତ ପ୍ୟାନ୍‌ ସଂଯୋଗର ଶେଷ ତାରିଖ, ଅର୍ଥ ମନ୍ତ୍ରାଳୟ ବଢାଇ ପାରନ୍ତି ସମୟ ସୀମା

ENO Beuro

1 comment

ଗୋରା ହେବା କ୍ରିମ୍‌ ସାଜିପାରେ ଘାତକ ! ପ୍ରସାଧନ କ୍ରିମ୍ ନାଁରେ ବିକ୍ରି ହେଉଛି ଔଷଧ September 11, 2019 at 12:44 pm

[…] ଆଜିଠୁ ୧୪ ଯାଏ ବର୍ଷିବ, ଉତ୍ତର ଓ ପଶ୍ଚିମ… […]

Leave a Comment