Loading...

ଆହୁରି ୨ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା

ଆହୁରି ୨ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା

ଦୁଇ ଦିନ ଯାଏଁ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ପରେ ନୂଆବର୍ଷରୁ ରାଜ୍ୟକୁ ଫେରିବ ଶୀତ ଲହରୀ ।

ଦୁଇ ଦିନ ଯାଏଁ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ପରେ ନୂଆବର୍ଷରୁ ରାଜ୍ୟକୁ ଫେରିବ ଶୀତ ଲହରୀ । ଆଜି ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳ ଓଡିଶାର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲା ଗୁଡିକ ହେଉଛି ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ ଓ ଖୋର୍ଦ୍ଧା ।

ସେହିପରି ଆସନ୍ତାକାଲି ଉପକୂଳ ଓଡିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଏବଂ କନ୍ଧମାଳ ଜିଲ୍ଲାରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ତେବେ ନୂଆବର୍ଷ ଆରମ୍ଭରୁ ରାତ୍ରୀକାଳୀନ ତାପମାତ୍ରା 3 ରୁ 4 ଡିଗ୍ରୀ ହ୍ରାସ ହେବ ।  ଫଳରେ ପୁଣିଥରେ ହାଡଭଙ୍ଗା ଜାଡ ଫେରିବା ଆଶଙ୍କା ରହିଛି ।

ପଢନ୍ତୁ: ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ, ସ୍କୁଲ୍ ଖୋଲିଲେ ବି ଜାରି ରହିବ ଅନଲାଇନ୍ କ୍ଲାସ୍

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.