EnewsOdia.Com

ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିବ ବର୍ଷା

ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ। କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି ସ୍ଥାନ‌ରେ କୁଆପଥର ବର୍ଷା ହେବ। ପବନ ଓ ବିଜୁଳି ସହ କିଛି ସ୍ଥାନରେ ଝଡ଼ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଆସନ୍ତା ୪ ଦିନ ଏହିଭଳି ପାଗ ଲାଗି ରହିବାର ଆଶଙ୍କା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଭୁବନେଶ୍ବର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ ଓ ଗଞ୍ଜାମ ଆଦି ଜିଲ୍ଲାରେ କୁଆପଥର ବର୍ଷା ହେବ ।

ଏହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବ। କିଛି ସ୍ଥାନରେ ହାଲୁକା ବର୍ଷା ତ’ ଅନ୍ୟ କେତେକ ସ୍ଥାନରେ ଝଡ଼ବର୍ଷା ହେବ । ଫଳରେ ପରିବେଶ ଅପେକ୍ଷାକୃତ ଥଣ୍ଡା ରହିବ ଓ ଏହି ସମୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରି ମଧ୍ୟରେ ରହିବ । ଗତ ୩୬ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୧୭.୬ ମିମି ବର୍ଷା ହୋଇଥିବା ବେଳେ ରାୟଗଡ଼ାରେ ୧୩.୪ ମିମି, ସୁନ୍ଦରଗଡ଼ରେ ୭ ମିମି, ଝାରସୁଗୁଡ଼ାରେ ୩ ମିମି ଓ ଗୋପାଳପୁରରେ ହାଲୁକା ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଅଧିକାଂଶ ସ୍ଥାନରେ ଆଜି ପାଗ ମେଘୁଆ ଥିବା ଜଣାପଡ଼ିଛି ।

ପଢନ୍ତୁ: କରୋନା ପାଇଁ ଜିମ୍ ବନ୍ଦ ହେବା ପରେ ରାସ୍ତାରେ ବ୍ୟାୟାମ କଲେ ଲୋକ

ସମ୍ବନ୍ଧିତ ଖବର

ହ୍ୱାଟ୍ସଆପ, ଫେସବୁକରେ ଲାଗିଲା ଟ୍ୟାକ୍ସ

Ratnamani Maharana

୧୫ ମାସ ମଧ୍ୟରେ ଭାରତରେ ସତ ହେବ ସ୍ଵପ୍ନ, ୩ ମିନିଟରେ ବିମାନ ଭଳି ଉଡ଼ିବ କାର

Ratnamani Maharana

ନିର୍ଭୟା ଦୋଷୀଙ୍କ ସାଂଘାତିକ ଅଭିଯୋଗ, ଜେଲ୍‌ ଭିତରେ ମୁକେଶଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କରାଯାଇଥିଲା ବାଧ୍ୟ

Ratnamani Maharana

ଚୀନ୍‌ରେ ଭୟଙ୍କର ହେଉଛି କରୋନା ଭାଇରସ୍‌

Ratnamani Maharana

ଏପ୍ରିଲ ପହିଲାରୁ ଦେଶରେ ୪ଟି ନୂଆ ବ୍ୟାଙ୍କ

Ratnamani Maharana

ଆଜି ଅଯୋଧ୍ୟାରେ ହେବ ଦୀପୋତ୍ସବ, ୫ ଲକ୍ଷ ୫୧ ହଜାର ଦୀପ ଲଗାଯାଇ କରାଯିବ ବିଶ୍ୱରେକର୍ଡ

Ratnamani Maharana