POLITICALS

ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜ ବବର!

ଉତ୍ତରପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପଦରୁ ରାଜ ବବର ଗତକାଲି ସନ୍ଧ୍ୟାରେ ଇସ୍ତଫା ଦେଇଛନ୍ତି, କିନ୍ତୁ ତାଙ୍କର ଇସ୍ତଫା ପତ୍ର ଗ୍ରହଣ ହୋଇ ନଥିବା ଜଣାଯାଇଛି । ନୂଆ ଅଧ୍ୟକ୍ଷ ନିଯୁକ୍ତ ନହେବା ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବାକୁ ରାବବବ୍ୱରଙ୍କୁ କୁହାଯାଇଛି।

ସୂଚନା ଅନୁଯାୟୀ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ନୂଆ ଟିମ୍ ପାଇଁ ରାଜ ବବର ଏ ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।

ଗୁଜୁରାଟ ପିସିସି ମୁଖ୍ୟ ଭରତସିଂହ ସୋଲାଙ୍କି ଏହା ପରେ ପଦ ଛାଡ଼ିପାରନ୍ତି ବୋଲି ଆଶଙ୍କା ଉପୁଜିଛି। ତାଙ୍କ ପରେ ଅନେକ ବର୍ଷୀୟାନ୍‌ ନେତା ବି ଇସ୍ତଫା ଦେଇ ପାରନ୍ତି। ରାହୁଲ ତାଙ୍କ ଭାଷଣରେ ସ୍ପଷ୍ଟ ଭାବେ କହିଥିଲେ କି, ବର୍ଷୀୟାନ୍‌ମାନେ କେନ୍ଦ୍ରସ୍ଥଳୀ ଛାଡ଼ିଦେବା ଉଚିତ।

ଗୁରୁତ୍ୱପୂର୍ଣ୍ଣ ରାଜ୍ୟସଭା ଭୋଟିଙ୍ଗ୍‌ର ତିନି ଦିନ ପୂର୍ବରୁ ବବର ଇସ୍ତଫା ଦେଇଛନ୍ତି। ଏ ସଂକ୍ରାନ୍ତରେ କୌଣସି ଆନୁଷ୍ଠାନିକ ଖବର ନ ଥିଲେ ମଧ୍ୟ ରାଜ ବବରଙ୍କ ଇସ୍ତଫା ପତ୍ର ଏ ଯାବତ୍‌ ଗ୍ରହଣ କରାଯାଇ ନ ଥିବା ପ୍ରକାଶ। ପରବର୍ତ୍ତୀ ମୁଖ୍ୟ ମନୋନୀତ ହେବା ଯାଏଁ ପଦବୀ ସମ୍ଭାଳିବା ପାଇଁ ତାଙ୍କୁ ଅନୁରୋଧ କରାଯାଇଛି।

ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜ ବବର! Raj Babbar

ପଢନ୍ତୁ;

ସୋସିଆଲ ମିଡିଆରେ ଭାଇରାଲ ହେଲା ଏହି ଯୋଡ଼ିଙ୍କ ବିବାହ ଫଟୋ! ଆସନ୍ତୁ ଜାଣିବା ଏହି ଫୋଟୋ ପଛରେ ଥିବା ସତ୍ୟତା ସମ୍ପର୍କରେ

Related posts

ଆସନ୍ତାକାଲି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ:ହରିପ୍ରସାଦ ବନାମ ହରିବଂଶ

ENO Beuro

Dharmendra Pradhan – Minister Of State For Petroleum And Natural Gas

ENO Beuro

ପ୍ରତିବର୍ଷ ନଭେମ୍ବର ୮ରେ ବିଜେପି କଳାଧନ ବିରୋଧୀ ଦିବସ ପାଳନ କରିବ – ଧର୍ମେନ୍ଦ୍ର ପ୍ରଧାନ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More