News

୬ରୁ ଖୋଲିବ ରାଜଭବନ ଉଦ୍ୟାନ

Raj-Bhavan-Garden

ରାଜଭବନ ଉଦ୍ୟାନ ଆସନ୍ତା ୬ ତାରିଖ (ରବିବାର)ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ। ଛାତ୍ରଛାତ୍ରୀ ଓ ଜନସାଧାରଣ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ଉଦ୍ୟାନ ପରିଦର୍ଶନ କରିପାରିବେ। ପରିଦର୍ଶନ ସମୟରେ ରାଜଭବନ ପରିସରକୁ ସାଙ୍ଗରେ ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ନଆଣିବା ସହ ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି।

Raj-Bhavan-Garden

ଓ୍ବାଟର ଫାଉଣ୍ଟେନ, ମ୍ୟୁଜିକାଲ ଫାଉଣ୍ଟେନ, ଗୋଲାପ ଉଦ୍ୟାନ, ହରିଣ ପାର୍କ, ମୟୂର, ବତକ, କକ୍‌ଟେଲ ପକ୍ଷୀଘର ଏବଂ ସର୍ବୋପରି ଉଦ୍ୟାନର ସବୁଜିମା ପରିଦର୍ଶକମାନଙ୍କୁ ବିଶେଷ ଭାବେ ଆକର୍ଷିତ କରିବ। ସେହିଭଳି ଅର୍ନାମେଣ୍ଟାଲ ପ୍ଲାଣ୍ଟ, କିଚେନ୍‌ ଗାର୍ଡେନ, କୃତ୍ରିମ ଝରଣା, କାଠବ୍ରିଜ୍‌ ଦେଖଣାହାରୀଙ୍କୁ ନୂଆ ଅନୁଭୂତି ଦେବ। ରଙ୍ଗବେରଙ୍ଗର ଫୁଲର ପସରା ନେଇ ରାଜଭବନକୁ ଲାଗି ରହିଥିବା ପୁଷ୍ପ ଉଦ୍ୟାନ ପ୍ରମୁଖ ଆକର୍ଷଣ ସାଜିବାକୁ ଥିବାବେଳେ କାକ୍‌ଟସ୍‌ ହାଉସ୍‌ ଦର୍ଶକଙ୍କ ପାଇଁ ଅନ୍ୟତମ ଆକର୍ଷଣ ପାଲଟିବ।

ରାଜଭବନ ପରିସରକୁ କ୍ୟାମେରା, ଖାଦ୍ୟ ପଦାର୍ଥ, ଲାଇଟର ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ନଆଣିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ରାଜଭବନ ପରିସରରେ ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ରାଜଭବନ ପକ୍ଷରୁ ଲୋକମାନଙ୍କୁ ଅନୁରୋଧ କରାଯାଇଛି।

ପଢନ୍ତୁ; ଆଜି ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ENO Beuro

ମୃତ୍ୟୁର ଉପହାର ଘଟଣା : ପ୍ରେମ ନୁହେଁ , ପୂର୍ବଶତ୍ରୁତା !

ENO Beuro

ଓଡ଼ିଶାରେ ଆଉ ଦେଖିବାକୁ ମିଳିବନି ଅପେରା ପାର୍ଟି

ENO Beuro

Leave a Comment