Loading...

ଦୀର୍ଘ ଦୁଇବର୍ଷ ପରେ ନିଜର ମାସ୍କକୁ ବିଦାୟ ଦେଲେ ରାଜ୍କୁନ୍ଦ୍ରା

ଦୀର୍ଘ ଦୁଇବର୍ଷ ପରେ ନିଜର ମାସ୍କକୁ ବିଦାୟ ଦେଲେ ରାଜ୍କୁନ୍ଦ୍ରା

ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ୍‌ କୁନ୍ଦ୍ରା ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଛନ୍ତି। ଚର୍ଚ୍ଚାରେ ରହିବାର ଏହି ଧାରା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣକୁ ନେଇ ଆରମ୍ଭ ହୋଇଥିଲା।

ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ୍‌ କୁନ୍ଦ୍ରା ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଛନ୍ତି। ଚର୍ଚ୍ଚାରେ ରହିବାର ଏହି ଧାରା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣକୁ ନେଇ ଆରମ୍ଭ ହୋଇଥିଲା। ଏହାପରେ ରାଜ୍‌ ଜେଲ୍‌ ଗଲେ, ଜାମିନରେ ମୁକୁଳିଲେ, ମାସ୍କ ଲଗାଇ ବୁଲିବା ଆରମ୍ଭ କଲେ, ଷ୍ଟାଣ୍ଡଅପ୍‌ କମେଡ଼ି ମଧ୍ୟ କଲେ। ଏବେ ରାଜ୍‌ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ୟୁଟି ୬୯’କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ନିକଟରେ ତାଙ୍କର ଏକ ପୋଷ୍ଟ ଜନସାଧାରଣଙ୍କୁ ଦ୍ଵନ୍ଦରେ ପକେଇଦେଇଥିଲା। ତାହା ହେଉଛି ଆମେ ଶେଷରେ ଆଲଗା ହେଉଛୁ। ଆଜି ଏହାକୁ ନେଇ ରାଜ ସ୍ପଷ୍ଟିକରଣ ଦେଇଛନ୍ତି। ସେ ତାଙ୍କର ପତ୍ନୀ ଶିଳ୍ପାଙ୍କୁ ନୁହେଁ ବରଂ ନିଜର ଦୁଇବର୍ଷର ସାଥି ମାସ୍କ ଠାରୁ ବିଦାୟ ନେଇଛନ୍ତି।  

ସୂଚନାନୁସାରେ, କୁନ୍ଦ୍ରା ଏକ ସୋଶାଲ ମିଡିଆ ପୋଷ୍ଟରେ ସେ ବ୍ୟବହାର କରିଥିବା ବହୁତଗୁଡିଏ ଫେସ୍ ମାସ୍କ ଫଟୋ ଏବଂ ଭିଡିଓ ଶେଆର୍ କରି ଲେଖିଛନ୍ତି, "ବର୍ତ୍ତମାନ ଅଲଗା ହେବାର ସମୟ। ଦୀର୍ଘ ଦିନ ଧରି ମୋତେ ରକ୍ଷା କରୁଥିବାରୁ ଧନ୍ୟବାଦ।" ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ କୁନ୍ଦ୍ରାଙ୍କ ଗିରଫଦାରୀ ଉପରେ ଏହି ଫିଲ୍ମ ନିର୍ମାଣ ହୋଇଛି। କୁନ୍ଦ୍ରା ଏଥିରେ ନିଜ ଭୂମିକାରେ ନିଜେ ଅଭିନୟ କରିଛନ୍ତି। 2021ରେ ଏହି ମାମଲାରେ ଗିରଫ ହୋଇଥିଲେ କୁନ୍ଦ୍ରା। ପରେ ଜାମିନ୍ ପାଇଥିଲେ।କିନ୍ତୁ ନିଜକୁ ସୋଶାଲ ମିଡିଆ ଏବଂ ଜନ ସମାବେଶରୁ ଦୂରେଇ ରଖୁଥିଲେ। ଏପରିକି ବାହାରକୁ ଯିବା ସମୟରେ ମାସ୍କ ପିନ୍ଧି ବାହାରୁଥିଲେ। 'UT 69' ଟ୍ରେଲର୍ ରିଲିଜ୍ ଦିନ ସେ ମାସ୍କ ବାହାର କରିଥିଲେ ଏବଂ ଏହି ମାସ୍କରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.